ସୀମା ବିବାଦକୁ ନେଇ ଆନ୍ଧ୍ର- ଓଡିଶା ମଧ୍ୟରେ ଆଲୋଚନା : ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ପଟାଙ୍ଗୀ ବ୍ଲକର ସୁନାବେଡ଼ାରେ ଚାଲିଛି ବୈଠକ

ସୁନାବେଡା ଓ ଜାମ୍ବୁଇ ଗାଁରେ ସୀମା ବିବାଦକୁ ନେଇ ଲାଗିରହିଛି ଉତେଜନା

84

କନକ ବ୍ୟୁରୋ : ସୀମା ବିବାଦକୁ ନେଇ ଆଜି ଓଡିଶା ଓ ଆନ୍ଧ୍ର ମଧ୍ୟରେ ବୈଠକ ବସିଛି । ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟର ଅଧିକାରୀଙ୍କ ଉପସ୍ଥିତିରେ ପଟାଙ୍ଗୀ ବ୍ଲକର ସୁନାବେଡ଼ାରେ ବୈଠକ ଚାଲିଛି । ଆନ୍ଧ୍ର ପ୍ରଶାସନ ପକ୍ଷରୁ ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ବନିବିଭାଗର ଅଧିକାରୀ ନେତୃତ୍ୱ ନେଉଥିବା ବେଳେ କୋରାପୁଟ ଜିଲ୍ଲାର ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ ପଟାଙ୍ଗୀ ତହସିଲଦାର, ବିଡିଓ ସମେତ ବନ କର୍ମଚାରୀ ଓ ରାଜସ୍ୱ ଅଧିକାରୀ ଉପସ୍ଥିତ ରହିଛନ୍ତି । ଆନ୍ଧ୍ର ନିଜସ୍ୱ ନକ୍ସା ଦେଖାଦେଇଥିବା ବେଳେ ଓଡିଶା ପ୍ରଶାସନିକ ଅଧିକାରୀ ୧୯୬୧ର ନକ୍ସାକୁ ଦେଖାଉଛନ୍ତି ।

ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଆନ୍ଧ୍ର ପ୍ରଶାସନ ପକ୍ଷରୁ ଓଡିଶା ପ୍ରଶାସନକୁ ଚିଠି ଲେଖାଯାଇଥିଲା । ସୀମାକୁ ନେଇ ଉଭୟ ରାଜ୍ୟର ବାସିନ୍ଦାଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଛି । କୋରାପୁଟ ପଟାଙ୍ଗି ବ୍ଲକ ସମ୍ବାଇ ପଂଚାୟତର ସୁନାବେଡା ଗାଁ ଓ ଜମ୍ବୁଗୁଡା ଗାଁରେ ସୀମା ବିବାଦ ଚରମ ସୀମାରେ ପଂହଚିଛି । ଆନ୍ଧ୍ର ଲୋକ ଏଠାରେ ଆସି ପଥରଗଦା କରି ଚୂନ ମାରିବା ସହ ପତାକା ପୋତି ସୀମା ଚିହ୍ନଟ କରିଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା ।