ଏ କି ପ୍ରକାର ଅଭିଭାବକ !! ପାଠ ଭୁଲ କଲା ବୋଲି ନାବାଳକ ପିଠିରେ ଗଧ ଲେଖି ଘରୁ ବାହାର କରିଦେଲେ ବାପା

387

କନକ ବ୍ୟୁରୋ : ପାଠ ଭୁଲ କଲା ବୋଲି ୭ ବର୍ଷର ପୁଅକୁ ଅଭିଭାବକଙ୍କ ଅକଥନୀୟ ନିର୍ଯାତନା । ଅମାନୁଷିକ ଭାବେ ମାଡ ମାରିବା ସହ ପୁଅ ପିଠିରେ ଗଧ ଲେଖି ଘରୁ ବାହାର କରିଦେଇଛି ବାପା । ତେଲକୋଇ ଅଂଚଳରେ ଏହି ଘଟଣା ଏବେ ଚର୍ଚାର ବିଷୟ ହୋଇଛି । ନିର୍ଯାତନାର ଶିକାର ହୋଇଥିବା ଶିଶୁର ନାମ ସୌମ୍ୟ ରଂଜନ ପାତ୍ର । ତାର ବାପା ହେଉଛନ୍ତି ଅଶ୍ୱିନୀ ପାତ୍ର ଯେ କି ବିହାର ରାଜ୍ୟ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ମାର୍କେଟିଂ ଅଫିସର ଭାବେ କାମ କରନ୍ତି । ମାଆ ଡାକ୍ତର ଦୀପ୍ତିରାଣୀ ବଢେଇ ତେଲକୋଇ ପଶୁ ଡାକ୍ତରଖାନାରେ ଚାକିରୀ କରନ୍ତି ଅଛନ୍ତି ।

ବାପା ମାଆ ଉଭୟ ଶିକ୍ଷିତ ଓ ଚାକିରୀଆ । ନାବାଳକ ପୁଅ ଯାହାର ବୟସ ମାତ୍ର ୭ ବର୍ଷ , ପାଠ ଭୁଲ କଲା ବୋଲି ତାକୁ ନିସ୍ତୁକ ମାଡ ମରାଯାଇଛି । ମାଡ ଏତେ ଜୋରରେ ହୋଇଛି ଯେ ତାର ପାପୁଲିରେ ଶକ୍ତ ଆଘାତ ଲାଗିଛି । ଦେହର ବିଭିନ୍ନ ସ୍ଥାନରେ ଆଘାତ ଚିହ୍ନ ବି ରହିଛି । ପିଲାଟି ମାଡ ଖାଇ ଘରୁ ତଡା ଖାଇବା ପରେ ଉଲଗ୍ନ ହୋଇ ବଜାରରେ ବୁଲୁଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସରେ ଦେଇଥିଲେ । ଘଟଣାରେ ପୋଲିସ ଶିଶୁର ବାପାଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି । ଏହି ଘଟଣା ସାରା ତୋଲକୋଇ ଅଂଚଳରେ ଚର୍ଚାର ବିଷୟ ହୋଇଛି ।