କନକ ବ୍ୟୁରୋ: ଘୋଷଯାତ୍ରାର ଦ୍ୱିତୀୟ ଦିନରେ ଚତୁର୍ଦ୍ଧା ମୂରତିଙ୍କର ନୀତିକାନ୍ତି ଶେଷ ପରେ ଗଡିଲାଣି ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ । ପଛେ ପଛେ ଆସୁଛି କାଳିଆ ସାଆଙ୍କ ନନ୍ଦିଘୋଷ ରଥ । ମଝିରେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦେବଦଳନ ରଥ । ମହାପ୍ରଭୁଙ୍କ ରଥକୁ ଟାଣି ନେଉଛନ୍ତି ଶ୍ୱେତ ଘୋଡା । ୩ ରଥକୁ ଟାଣି ନେଉଛନ୍ତି ଅସଂଖ୍ୟ ଭକ୍ତ । ବଡଦାଣ୍ଡ ସତେ ଆଜି ଜନ ସମୁଦ୍ରରେ ପରିଣତ ହୋଇଛି । ସମସ୍ତେ ରଥ ଦୁଇକୁ ଟାଣି ନେବା କ୍ରଅମରେ ସ୍ୱୟଂଙ୍କୁ ପାଶୋରି ଯାଇଛନ୍ତି । ଘୋର ର୍ଘଘର ନାଦରେ ଗଡିଚାଲିଛି ରଥ । ଆଜି ପୁଣି ଏକ ହୋଇଛନ୍ତି ରଥ, ପଥ, ଜଗନ୍ନାଥ ।
ଗଡିଲା ବଡଠାକୁର ବଳଭଦ୍ରଙ୍କ ତାଳଧ୍ୱଜ ରଥ, ପଛେ ପଛେ ଆସୁଛନ୍ତି ମା’ ସୁଭଦ୍ରାଙ୍କ ଦର୍ପଦଳନ ଓ କାଳିଆଠାକୁରଙ୍କ ନନ୍ଦିଘୋଷ ...
/kanak/media/post_attachments/wp-content/uploads/2024/07/5.jpeg)