କନକ ବ୍ୟୁରୋ: ଗାଡି ଚଲାଇବା ସମୟରେ ଫୋନରେ କଥା ହେଉଛନ୍ତି କି? ହେଲେ ଚାଲାଣ କଟିବାର ଭୟ ରହିଛି କି? । ହେଲେ ଏବେ ଆଉ ଏନେଇ ଚିନ୍ତା କରନ୍ତୁ ନାହିଁ । କାହିଁକି ନା କାର୍ କିମ୍ବା ଅନ୍ୟ ଗାଡି ଚଲାଇବା ସମୟରେ ଫୋନରେ କଥା ହେଲେ ଆଉ ଫାଇନ୍ ଲାଗିବନି । ହେଲେ ଏନେଇ କିଛି ସର୍ତ୍ତ ରଖିଛିି କେନ୍ଦ୍ର ସଡକ ପରିବହନ ମନ୍ତ୍ରଣାଳୟ ।
କାର୍ ଚଲାଇବା ସମୟରେ ଚାଳକ ଫୋନ୍ରେ କଥାବାର୍ତ୍ତା ହୋଇପାରିବେ । କିନ୍ତୁ କିଛି ସର୍ତ୍ତରେ । ଚାଳକଙ୍କ ଫୋନ୍ ହ୍ୟାଣ୍ଡ ଫ୍ରି ଡିଭାଇସ୍ ସହ ସଂଲଗ୍ନ ହୋଇଥିବା ଜରୁରୀ । ଏହା ସହ ଫୋନ୍ କାରରେ ନୁହେଁ ବରଂ ଚାଳକଙ୍କ ପକେଟରେ ଥିବା ଦରକାର । ଏସବୁ ସର୍ତ୍ତକୁ ମାନି ଯଦି ଚାଳକ ଫୋନରେ କଥା ହେଉଛନ୍ତି କିନ୍ତୁ ଚାଲାଣ କଟିଲା ତେବେ ଚାଳକ କୋର୍ଟର ଆଶ୍ରୟ ନେଇପାରିବେ । ଯଦି ଫୋନ୍ ହ୍ୟାଣ୍ଡ ଫ୍ରି ଡିଭାଇସ୍ ସହ ସଂଲଗ୍ନ ହୋଇଛି ତେବେ ଏହାକୁ ଭାରତୀୟ ଅପରାଧ ଭାବେ ଗ୍ରହଣ କରାଯିବ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/pic.jpg)