କନକ ବ୍ୟୁରୋ: ସଚେତନତାର ସ୍ଲୋଗାନ୍ ଭଳି ଲାଗୁଥିବା ଏହି କଥା କୌଣସି ସାମାଜିକକର୍ମୀ କିମ୍ବା ସାମାଜିକ ସଚେତକ କହୁନାହାଁନ୍ତି । ବରଂ କହୁଛନ୍ତି-ଜଣେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କୌଶଲ କିଶୋର କହିଛନ୍ତି-ମଦୁଆ ଅଧିକାରୀ ଅପେକ୍ଷା ଜଣେ ରିକ୍ସାଚାଳକ କିମ୍ବା ଦିନ ମଜୁଆରିଆ ଭଲ । ମଦ ପିଇ କେମିତି ତାଙ୍କ ନିଜ ପୁଅ ଚାଲିଗଲେ, ତାର କାହାଣୀ କହିଛନ୍ତି କେନ୍ଦ୍ରମନ୍ତ୍ରୀ କୌଶଲ କିଶୋର । ସେ କହିଛନ୍ତି-
- ମୁଁ ଜଣେ ସାଂସଦ ଓ ମୋ ସ୍ତ୍ରୀ ବିଧାୟିକା ହୋଇଥିଲେ ବି ବଞ୍ଚାଇ ପାରିଲୁନି ପୁଅର ଜୀବନ
- ସାଙ୍ଗମାନଙ୍କ ମେଳରେ ପଡ଼ି ମୋ ପୁଅ ଆକାଶ କୌଶଲ ମଦ ପିଇବା ଆରମ୍ଭ କରିଥିଲା
- ମଦ ଛଡାଇବାକୁ ଆମେ ତାକୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିଥିଲୁ
- ମଦ ଛାଡ଼ି ଦେଇଥିବା ଭାବି ୬ ମାସ ପରେ ଆମେ ତାର ବିବାହ କରାଇ ଦେଲୁ
- ହେଲେ ବିବାହ ପରେ ମଧ୍ୟ ସେ ପୁଣି ମଦ ପିଇବା ଆରମ୍ଭ କରିଦେଲା
- ୨୦୧୯ ଅକ୍ଟୋବରରେ ତାର ମୃତ୍ୟୁ ବେଳକୁ ତା ପୁଅର ବୟସ ମାତ୍ର ୨ ବର୍ଷ ହୋଇଥିଲା
- ମୁଁ ମୋ ପୁଅକୁ ବଞ୍ଚାଇ ପାରିଲିନି ତେଣୁ ବିବାହର ଅଳ୍ପଦିନରେ ତା ସ୍ତ୍ରୀ ବିଧବା ହୋଇଗଲା
ମଦ ମୃତ୍ୟୁର କାହାଣୀ ଯେତେ ଦୁଃଖ ଦାୟକ, ମଦୁଆଙ୍କ ପରିସଂଖ୍ୟାନକୁ ନେଇ ଆସୁଥିବା ତଥ୍ୟ ଆହୁରି ଚିନ୍ତାଜନକ ।
ଓଡ଼ିଶାରେ ମଦୁଆ ଅଧିକ
- ଦେଶରେ ୯ଦଶମିକ ୯୧ ପ୍ରତିଶତ ଲୋକ ପିଅନ୍ତି ମଦ
- ଓଡ଼ିଶାର ହାର ୧୬ ଦଶମିକ ୧୩ ପ୍ରତିଶତ
- ଜାତୀୟ ତୁଳନାରେ ଓଡ଼ିଶାରେ ମଦୁଆଙ୍କ ସଂଖ୍ୟା ଅଧିକ
- ଜାତୀୟ ସ୍ତରରେ ୦.୭% ମହିଳା, ୨୨.୪% ପୁରୁଷ ମଦ ପିଅନ୍ତି
- ରାଜ୍ୟରେ ୨.୭% ମହିଳା, ୩୮ ଦଶମିକ ୪% ପୁରୁଷ ମଦ ପିଅନ୍ତି
- ଦେଶ ତୁଳନାରେ ରାଜ୍ୟରେ ୨% ଅଧିକ ମହିଳା ମଦ ପିଉଛନ୍ତି
- ୧୬% ପୁରୁଷ ଅଧିକ ମଦ୍ୟପାନ କରନ୍ତି
- ୨୦୧୯-୨୧ ମସିହାର କେନ୍ଦ୍ର ସରକାରଙ୍କ ରିପୋର୍ଟ
- ଜାତୀୟସ୍ତରରେ ଓଡ଼ିଶାର ମହିଳା ମଦୁଆଙ୍କ ସ୍ଥାନ ନବମ
- ଜାତୀୟସ୍ତରରେ ଅଷ୍ଟମ ସ୍ଥାନରେ ଅଛନ୍ତି ପୁରୁଷ
କେବଳ ଥାଉଁଥାଉଁ ସତର୍କ ନହେଲେ, ମଦ ଆପଣଙ୍କ ପରିବାର ପାଇଁ ବି ଅଭିଶାପ ହୋଇନଯିବ, ସେକଥା କିଏ କହିପାରିବ ।
Follow Us