କନକ ବ୍ୟୁରୋ: ଅର୍ପିତା ମୁଖାର୍ଜୀଙ୍କ ଓଲିଉଡ ଲିଙ୍କ୍ ନେଇ ଚର୍ଚ୍ଚା । ଅଭିନେତ୍ରୀ ଗୁନଗୁନଙ୍କ ସହିତ ପରିଚିତ ଥିଲେ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ । ଗୁନଗୁନ ଫେସବୁକରେ ପୋଷ୍ଟ କରିଥିଲେ ଫଟୋ । ସୋସିଆଲ ମିଡିଆ ପୋଷ୍ଟରୁ ମିଳିଲା ଘନିଷ୍ଠତାର ତଥ୍ୟ । ଏହାକୁ ନେଇ ସଫେଇ ରଖିଛନ୍ତି ଅଭିନେତ୍ରୀ ଗୁନଗୁନ । କନକ ନ୍ୟୁଜରେ ପ୍ରତିକ୍ରିୟା ରଖି ଗୁନଗୁନ କହିଛନ୍ତି ଅର୍ପିତା କେବଳ ତାଙ୍କ ଜଣେ ବନ୍ଧୁ । କାମକୁ ନେଇ ଦୁହିଁଙ୍କ ମଧ୍ୟରେ ହୋଇଥିଲା ବନ୍ଧୁତା । ଏହାବାଦ ଅର୍ପିତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ବି ଜାଣନ୍ତି ନାହିଁ ବୋଲି ଗୁନଗୁନ କହିଛନ୍ତି । ଗୁନଗୁନ କଲିକତା ଗଲେ ଅର୍ପିତାଙ୍କ ସହ ତାଙ୍କ ଘରେ ରହିଥାନ୍ତି । ଏବେ ଯେଉଁ ଘର ଉପରେ ଇଡିର ରେଡ୍ ଚାଲୁଛି । ଆଉ ଯେଉଁଠି କୋଟି କୋଟି ଟଙ୍କା ମିଳୁଛି । ହେଲେ ଏ ବିଷୟରେ ଗୁନଗୁନ କିଛି ବି ଜାଣି ନଥିବା କହିଛନ୍ତି ।