ଆମେରିକାକୁ ହଁ ଇସ୍ରାଏଲକୁ ନାଁ: ଇସ୍ରାଏଲ ସହ ସମ୍ପର୍କ ସମ୍ଭବ ନୁହେଁ ବୋଲି ତାଲିବାନର ସ୍ପଷ୍ଟୋକ୍ତି

626

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନ ସରକାର ଗଠନ ହେବା ପରେ ସବୁ ରାଷ୍ଟ୍ର ଆଡକୁ ବନ୍ଧୁତାର ହାତ ବଢାଉଛି ହେଲେ ଇସ୍ରାଏଲ ସହ କେବେବି ସମ୍ଭବ ନୁହେଁ ବୋଲି ସ୍ପଷ୍ଟ କରିଛି ତାଲିବାନ୍ । ଏକ ସାମ୍ବାଦିକ ସମ୍ମିଳନୀରେ ଏହା ସ୍ପଷ୍ଟ କରିଛନ୍ତି ତାଲିବାନ୍ ମୁଖପାତ୍ର ସୁହୈଲ ସାହିନ୍ । ଇସ୍ରାଏଲକୁ ବାଦ ଦେଇ ବାକି ସମସ୍ତ ଦେଶ ସହ ସମ୍ପର୍କ ରଖିବାକୁ ଇଚ୍ଛୁକ ବୋଲି ସାହିନ କହିଛନ୍ତି ।

ପୂର୍ବରୁ ଆମେରିକା ପ୍ରତି ଶତ୍ରୁତା ମନୋଭାବ ପୋଷଣ କରୁଥିଲେ ବି ଏବେ ଏହା ପ୍ରତି ମଧ୍ୟ ସମ୍ପର୍କ ରଖିବାକୁ ମନ ବଳାଇଛି ତାଲିବାନ୍ । ଆଜି ନୂଆ ଅଧ୍ୟାୟରେ ଆମେରିକା ଯଦି ଚାହେଁ ତେବେ ଆମ ସହ ସମ୍ପର୍କ ରଖିପାରିବ ।ଏହା ଦ୍ୱାରା ଦୁଇ ଦେଶର ବିକାଶ ହେବ । ହେଲେ ଇସ୍ରାଏଲ ସହ ସମ୍ପର୍କ ବିଷୟରେ ପଚରାଯିବାରୁ ଏଡାଇ ଦେଇଥିଲେ ସାହିନ୍ ।
ସୂଚନା ମୁତାବକ, ତାଲିବାନକୁ ସତ୍ତାକୁ ଆଣିବାରେ ପାକିସ୍ତାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଆଜିଯାଏଁ ପାକିସ୍ତାନ ଇସ୍ରାଏଲକୁ ମାନ୍ୟତା ଦେଇନାହିଁ । ଏଭଳି ସ୍ଥିତିରେ ତାଲିବାନ୍ କେବେବି ଇସ୍ରାଏଲକୁ ବନ୍ଧୁତାର ନିମନ୍ତ୍ରଣ ଦେବ ନାହିଁ ବୋଲି କୁହାଯାଉଛି ।
ସୂଚନା ମୁତାବକ, ଗତ ମାସରେ ହାସିନ ଇସ୍ରାଏଲର ଜଣେ ସରକାରୀ ସାମ୍ବାଦିକଙ୍କ ସହ କଥା ହେବାକୁ ନେଇ ଚର୍ଚ୍ଚା ହୋଇଥିଲା । ହେଲେ ଅଜାଣତରେ ଏପରି ହୋଇଥିବା ହାସିନ କହିଥିଲେ । କଥା ହେଉଛି ଇଣ୍ଟରଭ୍ୟୁ ପାଇଁ ଆସିଥିବା ସାମ୍ବାଦିକ ତାଙ୍କ ବ୍ରଡକାଷ୍ଟର ନାଁ ତ କହିଥିଲେ ହେଲେ ତାହା ଇସ୍ରାଏଲର ବୋଲି କହିନଥିଲେ । ଅନେକ ସାମ୍ବାଦିକ ନିଜ ପରିଚ୍ର ନଦେଇ ତାଙ୍କ ଇଣ୍ଟରଭ୍ୟୁ ନେଇଛନ୍ତି । ହେଲେ ଏହି ଘଟଣା ପରଠାରୁ ସବିଶେଷ ତଥ୍ୟ ନେଇସାରିବ ପରେ ହିଁ ସାକ୍ଷାତାକାର ଦେଉଛନ୍ତି ବୋଲି କହିଛନ୍ତି ସୁହୈଲ ସାହିନ ।