ତାଲିବାନିଙ୍କ ବର୍ବରତାର ଆଉ ଏକ ନମୁନା: ବାପା ପଂଜସିର ସେନାରେ ଥିବାରୁ ପୁଅକୁ ହତ୍ୟା

228
କନକ ବ୍ୟୁରୋ: ତାଲିବାନ ଆଫଗାନିସ୍ତାନ ଦଖଲ କରିବା ପରେ ଏମାନଙ୍କ ବର୍ବରତା କାହାରିକୁ ଅଛପା ନାହିଁ । ତେବେ ପୂର୍ବରୁ ପୁରୁଷ ଓ ମହିଳା ତାଲିବାନିଙ୍କ  ଆକ୍ରୋଶର ଶିକାର ହେଉଥିବାବେଳେ କୋମଳ ଶିଶୁ ବି ଏଥିରୁ ବାଦ ପଡୁନାହାଁନ୍ତି । ମଙ୍ଗଳବାର ଏକ ନିରିହ ଶିଶୁକୁ ଗୁଳି କରି ହତ୍ୟା କରିଛନ୍ତି କିଛି ତାଲିବାନି । ଶିଶୁଟିର ରକ୍ତ ଜୁଡୁବୁଡୁ ଶରୀରର ଫଟୋ ଭାଇରାଲ ହେବାକୁ ଲାଗିଛି ।
ସୂଚନା ମୁତାବକ, ଶିଶୁଟିର ବାପା ପଂଜଶିର ସେନାରେ ରହି ତାଲିବାନ ବିରୋଧରେ ସଂଘର୍ଷ କରିଆସୁଛନ୍ତି । ଏହା ଜାଣିବା ପରେ ଏହି ନାବାଳକକୁ ଘରୁ ଆଣି ଗୁଳି କରି ନିର୍ମମ ହତ୍ୟା କରିଛନ୍ତି ତାଲିବାନି । ନିକଟରେ ଅପହରଣ ଅଭିଯୋଗକରେ ୪ଜଣଙ୍କୁ ଗୁଳିମାରିବା ପରେ ସର୍ବ ସମକ୍ଷରେ କ୍ରେନରେ ଟାଙ୍ଗି ଦେଇଥିଲେ ତାଲିବାନି । ଏହା ସାରା ବିଶ୍ୱରେ ଚହଳ ପକାଇଥିଲା । ଏବେ ଶିଶୁଙ୍କୁ ହତ୍ୟା ବିଶ୍ୱ ସମୁଦାୟ ପାଇଁ ଚିନ୍ତାର ବିଷୟ ପାଲଟିଛି । ଦିବାଲୋକରେ ମାନବିକାତାର ଏପରି ହତ୍ୟା ବିଷୟରେ  ସବୁ ଜାଣି ବି ତାଲିବାନ୍ ସରକାର ବିରୋଧରେ ଜାତିସଂଘ ତଥା ବିଶ୍ୱର ମହାଶକ୍ତି ଏକାଠି ହେଉନଥିବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି ।