ଅମରୁଲ୍ଲାହ ସାଲେହର ବଡ ଭାଇକୁ ତାଲିବାନୀ କଲେ ହତ୍ୟା । ତାଲିବାନୀଙ୍କ ବିରୋଧରେ ଲଢୁଥିଲେ ଲଢେଇ…

209

କନକ ବ୍ୟୁରୋ: ଆଫଗାନିସ୍ତାନରେ ତାଲିବାନୀଙ୍କ ବିରୋଧରେ ମଝଭୁତ ଲଢେଇ ଲଢୁଥିବା ଅମରୁଲ୍ଲା ସାଲେହର ବଡ ଭାଇଙ୍କୁ ହତ୍ୟା । ରୋହୁଲ୍ଲାହ ସଲେହଙ୍କୁ ତାଲିବାନୀମାନେ ପ୍ରଥମେ ନିଯ୍ୟାତନା ଦେବା ସହିତ ପରେ ହତ୍ୟା କରିଛନ୍ତି । ତେବେ ଏହି ହତ୍ୟାକାଣ୍ଡ ପଞ୍ଜଶିରରେ ହୋଇଥିବା ନେଇ ସୂଚନା ମିଳିଛି ।

ମିଳିଥିବା ସୂଚନା ମୁତାବକ ଗୁରୁବାର ରାତିରେ ତାଲିବାନ ଓ ନର୍ଦନ ଆଲଏନ୍ସ ବିରୋଧରେ ଏକ ହିଂସାକାଣ୍ଡ ହୋଇଥଲା । ଯେଉଁଥିରେ ତାଲିବାନୀମାନେ ଅମରୁଲ୍ଲା ସାଲେହଙ୍କ ବଡଭାଇଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ତେବେ ଏନେଇ ଏପର୍ଯ୍ୟନ୍ତ କୌଣସି ବିଧିବଦ୍ଧ ଘୋଷଣା ହୋଇନଥିବାବେଳେ ଅମରୁଲ୍ଲା ସାଲେହ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିନାହାଁନ୍ତି ।

ପଞ୍ଜଶିରରେ ଏବେ ବି ତାଲିବାନର ରାଷ୍ଟ୍ରୀୟ ପ୍ରତିରୋଧ ମୋର୍ଚ୍ଚା (ଏନଆରଏଫ୍) ଏବଂ ନର୍ଦନ ଆଲାଏନ୍ସ ଭିତରେ ଘମାଘୋଟ ସଂଘର୍ଷ ଲାଗି ରହିଛି । ୧୫ ଅଗଷ୍ଟରେ ତାଲିବାନୀମାନେ କାବୁଲ ଦଖଲ କରିସାରିଥିଲେ ମଧ୍ୟ ପଞ୍ଜଶିରରେ ନିଜର ଦବଦବା ଜାହିର କରିପାରିନାହିଁ । ତେଣୁ ସେଠାରେ ଏବେ ବି ସଂଘର୍ଷ ଲାଗି ରହିଛି । ହେଲେ ଏହାରି ଭିତରେ ଏହି ହତ୍ୟା ଖବର ସମସ୍ତଙ୍କ ପାଇଁ ଚର୍ଚ୍ଚା ସୃଷ୍ଟି କରିଛି । ଅମରୁଲ୍ଲା ସାଲେହଙ୍କ ଏହି ସଂଘର୍ଷରେ ତାଲିବାନୀଙ୍କ ବିରୋଧ କରୁଥିବା ହେତୁ ତାଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯାଇଥିବା ସୂଚନା ମିଳୁଛି ।

ଅନ୍ୟପଟେ ଅମରୁଲ୍ଲା ସାଲେହଙ୍କ ଭାଇଙ୍କୁ ହତ୍ୟା କରାଯିବା ପରେ ଏହାର ପରିଣାମ ଖୁବଶୀଘ୍ର ଦେଖିବାକୁ ମିଳିପାରେ । ତେବେ କହିରଖୁ କି, ଏହାପୂର୍ବରୁ ମଧ୍ୟ ତାଲିବାନୀମାନେ ଆହୁରି ବି ଅନେକ ଲୋକଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ତାଙ୍କ ଭିତରେ ସାମ୍ବାଦିକ ଦିନେଶ ସିଦ୍ଦିକୀ ମଧ୍ୟ ସାମିଲ ଅଛନ୍ତି । ଆଫଗାନିସ୍ତାନରେ ଖବର ସଂଗ୍ରହ କରୁଥିବାବେଳେ ତାଲିବାନୀମାନେ ତାଙ୍କୁ ହତ୍ୟା କରିଥିଲେ ।