ପଞ୍ଜଶୀରରେ ଚାଲିଛି ଜୋରଦାର ଲଢେଇ !

ପଞ୍ଜଶୀରର ରାଜଧାନୀରେ ତାଲିବାନର ପ୍ରବେଶ ଦାବିକୁ ନର୍ଦ୍ଦନ ଆଲାୟନ୍ସର ଖଣ୍ଡନ, ଇସଲାମ୍ ଧର୍ମଗୁରୁଙ୍କୁ ଅପିଲ ପରେ ନରମିଲେ ଅହମ୍ମଦ ମସୁଦ; କହିଲେ ତାଲିବାନ ଯୁଦ୍ଧରୁ ଓହରିଲେ କଥାବାର୍ତା ପାଇଁ ପ୍ରସ୍ତୁତ

272

କନକ ବ୍ୟୁରୋ : ଆଫଗାନିସ୍ତାନ ପଞ୍ଜଶୀର ପ୍ରଦେଶରେ ଚାଲିଛି ଜୋରଦାର ଲଢ଼େଇ । ତାଲିବାନ ସହ ଅହମଦ ମାସୁଦ ଓ ଅମରୁଲା ସାଲେଙ୍କ ନେତୃତ୍ୱରେ ନାସନାଲ ରେଜିଷ୍ଟାନ୍ସ ଫ୍ରଂଟ ମଧ୍ୟରେ ଲଢ଼େଇ ଚାଲିଛି । ତାଲିବାନ ମୁଖପାତ୍ର ଦାବି କରିଛନ୍ତି, ପ୍ରମୁଖ ଜିଲ୍ଲାଗୁଡିକ ଦଖଲ କରିନେବା ସହ ପଞ୍ଜଶୀରର ରାଜଧାନୀ ବଜାରକ୍ ମଧ୍ୟକୁ ପ୍ରବେଶ କରିଛି । ତେବେ ଏହାକୁ ଅସ୍ୱୀକାର କରିଛି ରେଜିଷ୍ଟାନ୍ସ ଫ୍ରଂଟ ।

ଏପଟେ ଇସଲାମ ଧର୍ମଗୁରୁଙ୍କୁ ନେଇ ଗଠିତ ଉଲେମା ରିଲିଜିୟସ କାଉନସିଲ, ଶାନ୍ତି ପାଇଁ ଅପିଲ କରିଛି । ଯୁଦ୍ଧ ବନ୍ଦ କରି ତାଲିବାନ ସହ କଥାବାର୍ତ୍ତା କରିବାକୁ ବିରୋଧୀ ଗୋଷ୍ଠୀଙ୍କୁ ଅପିଲ କରିଛନ୍ତି । ତାଲିବାନକୁ ମଧ୍ୟ ଆକ୍ରମଣ ନ କରିବାକୁ ପ୍ରବର୍ତାଇଛନ୍ତି । ଏହାପରେ ଅହମଦ ମାସୁଦଙ୍କ ସ୍ୱର ନରମ ପଡିଛି । ମାସୁଦ କହିଛନ୍ତି, ଯଦି ତାଲିବାନ ଯୁଦ୍ଧ ବନ୍ଦ କରି କମାଣ୍ଡୋଙ୍କୁ ପ୍ରତ୍ୟାହାର କରେ, ତେବେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କାବୁଲ ଦଖଲ କରିବାର ୩ ମାସ ପରେ ବି ପଞ୍ଜଶୀର ଦଖଲ କରିବାକୁ କସରତ କରୁଛି ତାଲିବାନ । ସେପଟେ ପଞ୍ଜଶୀରରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଆମେରିକା କହିଛି, ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ ମୁହାଁଉଛି ।