କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ପାକିସ୍ତାନର ଖୁସି ଆଉ ଅଛପା ନୁହେଁ । ଏବେ ଟିଭି ପରଦାରେ ମଧ୍ୟ ପାକିସ୍ତାନର ଶାସକ ଦଳଙ୍କ ନେତା ଓ ନେତ୍ରୀଙ୍କୁ ଖୁସି ଦେଖିବାକୁ ମିଳିଛି । ପାକିସ୍ତାନର ଏକ ଟିଭି କାର୍ଯ୍ୟକ୍ରମରେ କାଶ୍ମୀର ଓ ତାଲିବାନକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ପାକିସ୍ତାନ ଶାସକ ଦଳ ତେହରିକ ଇ ଇନସାଫ ପାର୍ଟି ନେତ୍ରୀ ନୀଲ ଇରଶଦ ଶେଖ ଏହି କାର୍ଯ୍ୟକ୍ରମରେ କହିଛନ୍ତି, ଯେ ତାଲିବାନ ପାକିସ୍ତାନ ସହ ଅଛନ୍ତି । ଏବଂ ପାକିସ୍ତାନକୁ ଭରସା ଦେଇଛନ୍ତି, ଯେ କାଶ୍ମୀରକୁ ଭାରତ ଠାରୁ ମୁକ୍ତ କରି ଭାରତକୁ ଦେବେ । ତାଙ୍କର ଏହି ବୟାନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତାଲିବାନ କାବୁଲ କବଜା କରିବା ଯେଉଁଠି ସାରା ବିଶ୍ୱ ପ୍ରମାଦ ଗଣୁଛି, କିନ୍ତୁ ଇମ୍ରାନ ଖାନଙ୍କ ଦଳର ନେତା ଓ ନେତ୍ରୀ ଏବେ ଖୁସିରେ ଆତ୍ମହରା ହୋଇପଡୁଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/9-27.jpg)