କନକ ବ୍ୟୁରୋ: ତାଲିବାନର ସୁପ୍ରିମ ଲିଡର ଭାବେ ଜଣାଯାଉଥିବା ହୈବତୁଲ୍ଲାହ ଅଖୁନ୍ଦଜାଦା ଓରଫ ହିବତୁଲ୍ଲାହ ହେବେ ଆଫଗାନିସ୍ତାନର ସର୍ବୋଚ୍ଚ ଅଧିକାରୀ । ଏଭଳି ସୂଚନା ତାଲିବାନ ପକ୍ଷରୁ ଦିଆଯାଇଛି । ଖୁବଶୀଘ୍ର ତାଲିବାନ ପକ୍ଷରୁ ଦେଶରେ ଇସଲାମିକ ସରକାରର ଘୋଷଣା ହେବାକୁ ଯାଉଛି । ଆଉ କାନ୍ଧାହାରରେ ଥିବା ତାଲିବାନ ସୁପ୍ରିମ ଲିଡର ହିବତୁଲ୍ଲାହ ଖୁବଶୀଘ୍ର କାବୁଲକୁ ଆସି ଗଣମାଧ୍ୟମକୁ ସମ୍ବୋଧନ କରିବେ । ସରିଆ ଆଇନ ଅନୁସାରେ ଦେଶରେ ସରକାର ଗଢିବାକୁ ଯାଉଛି ତାଲିବାନ । ତେବେ ସିରାଜୁଦ୍ଦିନ ହକ୍କାନୀ, ମଲୱି ମହମ୍ମଦ ୟାକୁବଙ୍କୁ ସରାକାରରେ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପଦବୀ ମିଳିବ ବୋଲି ସୂଚନା ମିଳିଛି ।

Advertisment

ତାଲିବାନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ହିବତୁଲ୍ଲାହ ତାଲିବାନର ଏପି ସେଣ୍ଟର କୁହାଯାଉଥିବା କାନ୍ଧାହାରରେ ବେଶ ଲମ୍ବା ସମୟ ଧରି ରହି ଆସୁଛନ୍ତି । ଆଉ ତାଲିବାନର ଜଣେ ଶକ୍ତିଶାଳୀ ନେତା ଭାବେ ସେ ପରିଚିତ ।

  • ୧୯୯୦ରେ ତାଲିବାନରେ ଯୋଗ ଦେଇଥିଲେ ହିବତୁଲ୍ଲାହ
  • ୧୯୯୫ରେ ଆଫଗାନିସ୍ତାନରେ ତାଲିବାନ ରାଜୁତି ସମୟରେ ଫରହା କ୍ଷେତ୍ରର ମୁଖିଆ ଥିଲେ
  • ୨୦୧୬ରେ ତତ୍କାଳୀନ ତାଲିବାନ ମୁଖିଆ ମୁଲ୍ଲାହ ମନ୍ସୁର ଅଖତର ମୃତ୍ୟୁ ପରେ ହିବତୁଲ୍ଲାହକୁ ସୁପ୍ରିମ ଲିଡର ଭାବେ ଘୋଷଣା କରିଥିଲା ତାଲିବାନ
  • ତାଲିବାନର ଧାର୍ମିକ ନେତା ଭାବେ ପରିଚିତ ହିବତୁଲ୍ଲାହ
  • ସରିଆ ଆଇନକୁ କଠୋର ଭାବେ ପାଳନ କରିବା ପାଇଁ ଜଣାଯାଆନ୍ତି
  • ହିବତୁଲ୍ଲାହ କାନ୍ଧାହାର ମିଲିଟାରୀ କୋର୍ଟର ମୁଖିଆ ରହିଛନ୍ତି
  • ୨୦୧୭ରେ ନିଜ୨୩ ବର୍ଷୀୟ ପୁଅକୁ ଆତ୍ମଘାତୀ ଆକ୍ରମଣ ଜରିଆରେ ମାରିବା ପରେ ତାଲିବାନରେ ହିବତୁଲ୍ଲାହଙ୍କ ସମ୍ମାନ ଆହୁରି ବଢି ଯାଇଥିଲା

ହିବତୁଲ୍ଲାହର ଅପରାଧିକ ତାଲିକା ବେଶ ଲମ୍ବା ରହିଛି । ହେଲେ ତାଲିବାନ ପାଇଁ ସେ ଜଣେ ଶକ୍ତିଶାଳୀ ନେତା । ଯିଏ ଦେଶରେ ସରିଆ ଆଇନକୁ କଡା କଡି ଭାବେ ପାଳନ କରିବେ । ଫଳରେ ତାଙ୍କୁ ଦେଶର ମୁଖିଆ ବନାଇବା ପାଇଁ ସ୍ଥିର କରାଯାଇଛି ।