ସୁରକ୍ଷିତ ପଂଜସିର ଗଡ: ଯୁଦ୍ଧ ବିରତି ପାଇଁ ତାଲିବାନ୍ ଓ ନର୍ଦ୍ଦନ ଏଲାଏନ୍ସ ମଧ୍ୟରେ ନିଷ୍ପତ୍ତି

889

କନକ ବ୍ୟୁରୋ: ତାଲିବାନ୍ କବଳରୁ ସୁରକ୍ଷିତ ପଂଜସିର ଗଡ । ଏହା ଉପରେ ଆକ୍ରମଣ ନକରିବାକୁ ତାଲିବାନ ନିଷ୍ପତ୍ତି ନେଇଛି । ଅନେକ ଦିନର ଦ୍ୱନ୍ଦ୍ୱ ପରେ ନର୍ଦ୍ଦନ ଏଲାଏନ୍ସ ଓ ତାଲିବାନ୍ ମଧ୍ୟରେ ବୈଠକ ପରେ କେହି କାହାରି ଉପରେ ଆକ୍ରମଣ କରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଏହି ବୈଠକରେ ନର୍ଦ୍ଦନ୍ ଏଲାଏନ୍ସ ପକ୍ଷରୁ ପଂଜସିର ନେତା ମହମ୍ମଦ୍ ମାସୁଦ ଓ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲା ସାଲେହ୍ ଓ ତାଲିବାନ୍ ପକ୍ଷରୁ ଏହାର ମୌଲାନା ଅମୀର ଖାନ୍ ମୁକ୍ତି କରି ଏହି ପରି ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ମତ୍ତିକୁ ତାଲିବାନ୍ ‘ଅମନ୍ ଜିରଗା’ ନାମକରଣ କରିଛି ।

ସୂଚନା ମୁତାବକ ଆଫଗାନିସ୍ତାନର ସମସ୍ତ ଇଲାକା ଏବେ ତାଲିବାନ୍ କବଜାରେ ଥିବାବେଳେ କେବଳ ପଂଜସିରକୁ ସେମାନେ ଅକ୍ତିଆର କରିବାକୁ ବିଫଳ ହୋଇଛନ୍ତି । ପଂଜସିରକୁ ଦଖଲ କରିବାକୁ ତାଲିବାନ୍ ନିଜ ସେନା ଛାଉଣି କରିବା ସତ୍ତେ୍ୱ ହାର ମାନନଥିଲେ ପଂଜସିର ନେତା । ଆତ୍ମସମର୍ପଣ କରିବାକୁ ରୋକଠୋକ୍ ମନାକରିଥିଲେ । ଆତ୍ମସମର୍ପଣ ଭଳି ଶବ୍ଦ ତାଙ୍କ ଶବ୍ଦକୋଷରେ ନାହିଁ ବୋଲି ମସୁଦ କହିଥିଲେ । ତାଲିବାନ୍ ସହ ଆଲୋଚନ କରିବାକୁ ସେ ପ୍ରସ୍ତତ କିନ୍ତୁ ଆଲୋଚନା ବିଫଳ ହେଲେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିବା ମସୁଦ ଘୋଷଣା କରିଥିଲେ । କିନ୍ତୁ ତାଙ୍କର ଏପରି ଟକ୍କର ସହ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀଙ୍କ ସହଯୋଗକୁ ନେଇ ତାଲିବାନ୍ ପଛଘୁଂଚା ଦେବାପରେ ଆଲୋଚନା ପାଇଁ ସହମତି ଜଣାଇଥିଲା ।