ତାଲିବାନ ପ୍ରବକ୍ତା ଚଳାଉଛନ୍ତି ଟ୍ୱିଟର ମାତ୍ର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ

177

ବିଶ୍ୱର ସାମାଜିକ ଗଣମାଧ୍ୟମ କାହା ଇସାରାରେ ଚାଲିଛି । ସାମାଜିକ ଗଣମାଧ୍ୟମ ଉପରେ ରହୁଛି କି ସରକାର ମାନଙ୍କର କତୃତ୍ତ୍ୱ ? ନା ସାମାଜିକ ଗଣମାଧ୍ୟମ ତା’ର ସୁବିଧା ଓ ବେପାରରେ ଲାଭକୁ ନଜରରେ ରଖି ଚଳାଇଛି ମନମାନୀ ।

କନକ ବ୍ୟୁରୋ : ଆଫଗାନିସ୍ତାନ ଉପରେ ତାଲିବାନ କବଜା କରିବା ପରେ ଏବେ ତାଲିବାନୀଙ୍କ ଅସଲ ଚିତ୍ର ସେଠାରେ ପ୍ରକାଶ ପାଉଛି । ଯାହାର ବଡ ଉଦାହରଣ ହେଉଛି ତାଲିବାନ ଏବେ ତା’ର ପ୍ରବକ୍ତାଙ୍କ ମାଧ୍ୟମରେ ସୋସିଆଲ ମିଡିଆ ଚଳାଇ ନିଜ ଗତିବିଧି ବାବଦରେ ସୂଚନା ଦେଉଛି । ହେଲେ ଏବେ ଏହା ଚର୍ଚ୍ଚାର ଶିରୋନାମା ପାଲଟିଛି ।

ତାଲିବାନୀ ପ୍ରବକ୍ତା ଟ୍ୱିଟର ଚଳାଇବାକୁ ନେଇ ଅଭିଯୋଗ କରିଛି ଆମେରିକା । ଆମେରିକାବାସୀ ଟ୍ୱିଟରକୁ ପ୍ରଶ୍ନ କରିଛନ୍ତି ଯେ ଯଦି ଜଣେ ଆତଙ୍କବାଦୀ ସଂଗଠନର ପ୍ରବକ୍ତା ନିଜର ଆକ୍ଟିଭ୍ ଆକାଉଣ୍ଟ ଚଳାଇ ପାରିବ ତେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଟ୍ୱିଟର ଆକାଉଣ୍ଟ କାହିଁକି ବ୍ୟାନ କରାଯିବ ?

ଆମେରିକା ରିପବ୍ଲିକାନ ପାର୍ଟିର ନେତା ମେଡିସନ୍ ଟ୍ୱିଟ୍ ମାଧ୍ୟରେ ଏଭଳି ପ୍ରଶ୍ନ ପଚାରିଛନ୍ତି । ସେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ଯେ ତାଲିବାନର ପ୍ରବକ୍ତା ଟ୍ୱିଟର ଆକାଉଣ୍ଟ ଚଳାଉଛନ୍ତି ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଆକାଉଣ୍ଟ ବ୍ୟାନ କରାଯାଇଛି । ସେ କହିଛନ୍ତି କି ଆମେରିକାର ଏହି ବଡ କମ୍ପାନୀ (ଟ୍ୱିଟର) କାହା ଇସାରାରେ କାମ କରୁଛି ବୋଲି ପ୍ରଶ୍ନ କରିଛନ୍ତି । ମେଡିସନଙ୍କ ସହ ଆମେରିକାର କିଛି ବଡ ନେତା ବି ଏହାକୁ ନେଇ ପ୍ରଶ୍ନ ପଚାରିଛନ୍ତି ।

କହିରଖୁ କି ଫେସବୁକ ପ୍ରଥମେ ଘୋଷଣା କରିଥିଲା କି, ସେ ତାଲିବାନକୁ ଏକ ଆତଙ୍କୀ ସଂଗଠନ ଭାବେ ଗ୍ରହଣ କରେ । ଏହାପରେ ଫେସବୁକ ତରଫରୁ ତାଲିବାନୀ ଓ ସେମାନଙ୍କ ସମର୍ଥର୍କଙ୍କ ଆକାଉଣ୍ଟ ବନ୍ଦ କରିଦେଇଥିବା ବେଳେ ଟ୍ୱିଟର କିନ୍ତୁ ସେଭଳି କିଛି କରିନାହଁ ।

ତାଲିବାନର ପ୍ରବକ୍ତା ଜବିଓଲ୍ଲା ଓ ସୁହେଲ ସାହିନ ଲଗାତର ଟ୍ୱିଟର ମାଧ୍ୟମରେ ସରକାରଙ୍କ ବିବୃତ୍ତି ଜାରି କରିବା ସହ ଅନ୍ୟ ସୂଚନା ମଧ୍ୟ ସେୟାର କରୁଛନ୍ତି । ସେହିଭଳି ଯଦି ଡୋନାଲ୍ଡ ଟ୍ରମ୍ପଙ୍କ କଥା କୁହାଯିବ ତେବେ ଚଳିତବର୍ଷ ପ୍ରାରମ୍ଭରେ ଆମେରିକାରେ ହୋଇଥିବା ହିଂସାକୁ ନେଇ ଟ୍ୱିଟର ତରଫରୁ ଟ୍ରମ୍ପଙ୍କ ଆକାଉଣ୍ଟ ବ୍ୟାନ କରାଯାଇଛି ।