କନକ ବ୍ୟୁରୋ: ତାଲିବାନ ଆଫଗାନିସ୍ତାନକୁ ଦଖଲ କରିବା ପରେ ଲୋକେ ସେସ୍ଥାନ ଛାଡ଼ି ଚାଲି ଯାଉଛନ୍ତି। ଆମେରିକା ଓ ନାଟୋ ସେନା ଆଫଗାନିସ୍ତାନକୁ ଛାଡ଼ି ଦେଇଛି। କିନ୍ତୁ ଏବେ ଆଫଗାନିସ୍ତାନରୁ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆମେରିକା ଓ ନାଟୋ ସେନା କାବୁଲ ବିମାନବନ୍ଦରରେ ମହଜୁଦ ରହିଛନ୍ତି। ଏଭଳି ପରିସ୍ଥିତିରେ ତାଲିବାନ ଆମେରିକାକୁ ଖୋଲାଖୋଲି ଧମକ ଦେଇଛି।
ସୋମବାର ତାଲିବାନର ପ୍ରବକ୍ତା ସୋହେଲ ସାହିନ ଦେଇଥିବା ବୟାନରେ କହିଛନ୍ତି, ଯଦି ଆମେରିକା ନିଜ ସେନାକୁ ହଟାଇବାରେ ବିଳମ୍ବ କରେ ତେବେ ପରିସ୍ଥିତି ଭୟାବହ ହେବ। ଅଗଷ୍ଟ-୩୧ ପର୍ୟ୍ୟନ୍ତ ତାଲିବାନ ପକ୍ଷରୁ ଶେଷ ଗାଇଡଲାଇନ ଜାରି କରାଯାଇଛି।
ଆମେରିକା ପୂର୍ବରୁ କହିଥିଲା କି, ଅଗଷ୍ଟ ୩୧ ଭିତରେ ଲୋକଙ୍କୁ ଉଦ୍ଧାର କରିବା ପରେ ସେନାକୁ ପୁଣି ଫେରାଇ ଆଣିବ। ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ ନିଜ ବୟାନରେ କହିଥିଲେ କି, ଯଦି ଲୋକଙ୍କୁ ଉଦ୍ଧାର କରିବାର ଲକ୍ଷ୍ୟ ପୂରା ନହୁଏ ତେବେ ଆମେରିକା ସେନା ଅଗଷ୍ଟ ୩୧ ପରେ ବି ଆଫଗାନିସ୍ତାନରେ ରହି ପାରନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/8ac94bfa32934deea0af1df1b7f4fa90-2-750x430-1.jpg)