କନକ ବ୍ୟୁରୋ: ଆଫଗାନିସ୍ତାନ ଦଖଲ ବେଳେ ତାଲିବାନକୁ ଅନେକ ସମର୍ଥନ କରିଥିଲା ପାକିସ୍ତାନ । ନର୍ଦ୍ଦନ ଏଲାଇନ୍ସ ସହ ଲଢେଇ ହେଉକି ତାଲିବାନକୁ ସରକାରୀ ମନ୍ୟତା ଦେବା ସବୁଥିରେ ତାଲିବାନକୁ କରିଥିଲା ସମର୍ଥନ । ହେଲେ ଏବେ ଉଭୟଙ୍କ ସମ୍ପର୍କରେ ତିକ୍ତତା ଆରମ୍ଭ ହୋଇଛି । ଏବେ ତାଲିବାନ କାବୁଲରୁ ଇସଲାମାବାଦ ଯାଉଥିବା ଫ୍ଲାଇଟକୁ ନେଇ ଚେତାବନୀ ଜାରି କରିଛି ।
ତାଲିବାନ ସରକାର ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସକୁ ଚେତାବନୀ ଦେଇ କହିଛନ୍ତି କାବୁଲରୁ ଇସଲାମାବାଦ ଯାଉଥିବା ଫ୍ଲାଇଟର ଭଡା କମ କରିବାକୁ । ତାଲିବାନ ଧମକ ଦେଇଛି କି ଯଦି ଏପରି ନ ହୋଇଛି ତେବେ ପାକିସ୍ତାନ ଫ୍ଲାଇଟକୁ ଆଫଗାନିସ୍ତାନରେ ଲ୍ୟାଣ୍ଡ କରାଇଦିଆଯିବ ନାହିଁ ।
ସୂଚନା ଅନୁସାରେ ଏବେ କାବୁଲରୁ ଇସଲାମାବାଦ ଫ୍ଲାଇଟ ଟିକେଟର ଦାମ ୨୫୦ ଡଲାର ଅର୍ଥାତ ୧ ଲକ୍ଷ ୮୮ ହଜାର ଟଙ୍କା । ତାଲିବାନ କବଜା ପୂର୍ବରୁ ଏହି ଟିକେଟର ଦାମ ୧୨୦ ଡଲାର ଅର୍ଥାତ ୧୧ ହଜାର ଟଙ୍କା ଥିଲା । ତେବେ ଏହି ଟିକେଟର ଦାମ ପାକିସ୍ତାନ ଏୟାରଲାଇନ୍ସ ହିଁ ବୃଦ୍ଧି କରିଛି ବୋଲି ତାଲିବାନ କହିଛି ।
ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସେଠାରେ ପରିସ୍ଥିତି ଅତି ଦୟନୀୟ ହୋଇପଡିଥିଲା । ଲୋକମାନେ ବିକଳରେ ଦେଶ ଛାଡିବାରେ ଲାଗିଥିଲେ । ଏହାକୁ ନଜର ରଖି ପାକିସ୍ତାନ ସରକାର ଫ୍ଲାଇଟ ଟିକେଟର ଦର ବୃଦ୍ଧି କରିଥାଇପାରନ୍ତି ବୋଲି କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/22-17.jpg)