କନକ ବ୍ୟୁରୋ : ତାଲିବାନର ଆତଙ୍କରାଜର ଅନେକ ଚିତ୍ର ଏବେ ସାମ୍ନାକୁ ଆସୁଛି । ଆଫଗାନିସ୍ତାନ ଉପରେ କବଜା କରିବା ପରେ ତାଲିବାନ ନିଜ ଅସଲ ରୂପ ଦେଖାଇବା ଆରମ୍ଭ କରିଦେଲାଣି । ତେବେ ସିନେମା ପରଦାରେ ବି ତାଲିବାନ ଆତଙ୍କର ଛବି ବି ଦେଖିବାକୁ ମିଳିଛି । ଆଫଗାନିସ୍ତାନକୁ ନେଇ ଅନେକ ସିନେମା ବଲିଉଡରେ ପ୍ରସ୍ତୁତ ହୋଇଛି । ଯାହା ତାଲିବାନ ଆତଙ୍କର ଛବି ପରଦାରେ ଦେଖାଇଛି ।
ରୂପେଲି ପରଦାରେ ତାଲିବାନର ଆତଙ୍କର କଥା । ୨୦୦୬ ମସିହାର ଫିଲ୍ମ କାବୁଲ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ତାଲିବାନ ଆତଙ୍କରାଜ କାହାଣୀ । ୨ ଜଣ ସାମ୍ବାଦିକ ତାଲିବାନୀଙ୍କ ଇଣ୍ଟରଭ୍ୟୁ କରିବା ପାଇଁ ଆଫଗାନିସ୍ତାନ ଯାଉଛନ୍ତି । ସେଠାକୁ ଯିବା ପରେ ସେମାନେ ଯେଉଁ ସବୁ ସମସ୍ୟାକୁ ସମ୍ମୁଖୀନ କରୁଛନ୍ତି ତାହାକୁ ନେଇ ଗତିଶୀଳ ହେଉଛି ଫିଲ୍ମ । ଫିଲ୍ମରେ ସାମ୍ବାଦିକ ଭାବେ ଜନ୍ ଆବ୍ରାହମ୍ ଓ ଅସରଦ୍ ୱାରସିଙ୍କୁ ଦେଖିବାକୁ ମିଳିଛି ।
ସେହିପରି ଏକ ଫିଲ୍ମ ହେଉଛି ଏସକେପ୍ ଫ୍ରମ୍ ତାଲିବାନ । ଫିଲ୍ମରେ କୋଲକାତାର ଏକ ଝିଅ ବିବାହ କରି ଆଫଗାନିସ୍ତାନ ଯାଉଛନ୍ତି । ଆଉ ସେଠାକୁ ଯିବା ପରେ ସେ ସେଠାରେ ତାଲିବାନ ଶାସନ ବିଷୟରେ ଜାଣିବାକୁ ପାଉଛନ୍ତି । ତାଲିବାନ ଶାସନରେ କିପରି ମହିଳାଙ୍କ ସ୍ୱାଧିନତା ନଥାଏ, ତାହା ଜାଣିବା ପରେ ସେ ସେଠାରୁ ଖସିବାର ପ୍ରୟାସ କରନ୍ତି । ସିନେମାରେ ମୁଖ୍ୟ ଭୂମିକାରେ ମନିସା କ୍ୱେରାଲାଙ୍କୁ ଦେଖିବାକୁ ମିଳିଛି ।
ବାଏସ୍କୋପବାଲା । ୨୦୧୮ ମସିହାରେ ରିଲିଜ ହୋଇଥିବା ଏହି ସିନେମାଟି ରବିନ୍ଦ୍ର ନାଥ ଟେଗୋରଙ୍କ ଲିଖିତ ଲଘୁ ଗଳ୍ପ କାବୁଲିବାଲା ଉପରେ ଆଧାରିତ । ସିନେମାରେ କାବୁଲରୁ ଆସିଥିବା ବାଏସ୍କୋପବାଲା ଚରିତ୍ରରେ ଡାନିଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମରେ ମଧ୍ୟ ଆଫଗାନିସ୍ତାନରେ ତାଲିବାନର ଆତଙ୍କର କଥା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/maxresdefault_x.jpeg)