କାଶ୍ମୀର ପ୍ରସଙ୍ଗରେ ତାଲିବାନର ଟିପ୍ପଣୀ : ବିବାଦୀୟ ଅଞ୍ଚଳ ଭାରତ ସକରାତ୍ମକ ଭାବନା ରଖିବାକୁ ଉଚିତ ବୋଲି କହିଲେ ମୁଖପାତ୍ର ଜବିଉଲ୍ଲା ମୁଜାହିଦ

ସେପଟେ କାଶ୍ମୀର ଉପରେ ଆକ୍ରମଣ ପାଇଁ ତାଲିବାନି ନେତାଙ୍କୁ ଭେଟିଲା ପାକ୍ ଆତଙ୍କବାଦୀ ମସୁଦ୍ ଆଝାର

429

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ତାଲିବାନ ଟିପ୍ପଣୀ ରଖିଛି । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ କହିଛନ୍ତି, ଭାରତ ଏବଂ ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁ ସମାଧାନ ପାଇଁ ଏକାଠି ବସି କଥା ହେବା ଉଚିତ । ପାକିସ୍ତାନ ଟିଭି ନ୍ୟୁଜ ଚ୍ୟାନେଲ ଚ୍ୟାନଲରେ ସାକ୍ଷାତକାର ଦେଇ ଏପରି କହିଛନ୍ତି ମୁଜାହିଦ । ସେ କହିଛନ୍ତି ଭାରତ ବିବାଦୀୟ ଅଂଚଳ ପ୍ରତି ସକରାତ୍ମ ଭାବନା ରଖିବା ଉଚିତ । ଭାରତ ସହ ସମ୍ପର୍କକୁ ନେଇ ମୁଜାହିଦ କହିଛନ୍ତି ତାଲିବାନ ଭାରତ ସମେତ ସବୁ ରାଷ୍ଟ୍ର ସହ ଉତମ ସମ୍ପକ ଚାହେଁ ।

ହେଲେ ଭାରତ ଆଫଗାନ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ନୀତିରେ କିଛି ପରିବର୍ତନ ଆଣିବାକୁ ସେ ଚାହିଁଛନ୍ତି । ଏପରିକି ସେ କହିଛନ୍ତି ଉଭୟ ଭାରତ , ପାକିସ୍ତାନ ସେମାନଙ୍କ ଜଟିଳ ସମସ୍ୟା ସବୁକୁ ଏକାଠି ବସି ସମାଧାନ କରିବା ଉଚିତ । ସେପଟେ ତାଲିବାନ ନେତୃବୃନ୍ଦଙ୍କୁ ଭେଟିଛି ମସୁଜ ଆଝାର । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ପାଇଁ ସେ ତାଲିବାନର ସହଯୋଗ ଲୋଡିଛନ୍ତି । ମସୁଦ ଆଝାର ତାଲିବାନ ରାଜନୈିତିକ କମିସନ ମୁଖ୍ୟ ମୁଲା ଅବଦୁଲା ଘନି ବରାଦରଙ୍କ ସମେତ ଅନ୍ୟ ନେତାମାନଙ୍କ ସହ ବୈଠକ କରିଛନ୍ତି ।