କାବୁଲ କବଜା ପରେ ଧୀରେ ଧୀରେ ସାମ୍ନାକୁ ଆସୁଛି ତାଲିବାନୀଙ୍କ ଅତ୍ୟାଚାରର ଚିତ୍ର : ରାସ୍ତା ଉପରେ ଲୋକଙ୍କୁ ଗିରଫ କରୁଛନ୍ତି ତାଲିବାନୀ

505

କନକ ବ୍ୟୁରୋ : କାବୁଲ କବଜା ପରେ ଧୀରେ ଧୀରେ ସାମ୍ନାକୁ ଆସୁଛି ତାଲିବାନୀଙ୍କ ଅତ୍ୟାଚାରର ଦୃଶ୍ୟ । ରାସ୍ତା ଉପରେ ନିରୀହ ଲୋକଙ୍କୁ କରୁଛନ୍ତି ଗିରଫ । ଟ୍ୱିଟରରେ ଏପରି ଭିଡିଓ ଏବେ ସାମ୍ନାକୁ ଆସୁଛି । କିପରି ରାସ୍ତା ଉପରେ ଲୋକଙ୍କୁ ଗିରଫ କରୁଛନ୍ତି ତାଲିବାନୀ ତାହାର ଏକ ଦୃଶ୍ୟ ସାମ୍ନାକୁ ଆସିଛି । ରାସ୍ତା ଉପରେ ବୁଲୁଛନ୍ତି ଏକାଧିକ ତାଲିବାନୀ । ହାତରେ ରହିଛି ମାରଣାସ୍ତ୍ର । ରାସ୍ତା ଉପରେ ଯେତିକି, ରାସ୍ତା ପାଖରେ ଥିବା ଘରର ଛାତ ଉପରେ ମଧ୍ୟ ବନ୍ଧୁକ ଧରି ବୁଲୁଛନ୍ତି ।

ରାସ୍ତାରେ ଯାଉଥିବା କିଛି ଲୋକଙ୍କୁ ଗିରଫ କରୁଥିବାରୁ ଚିତ୍ର ଜଣେ ବ୍ୟକ୍ତି ଟ୍ୱିଟ୍ କରିଛନ୍ତି । ସେମାନଙ୍କର ଅପରାଧ କ’ଣ ତାହା ସ୍ପଷ୍ଟ ହୋଇନାହିଁ । ବନ୍ଧୁକ ଦେଖାଇ ଲୋକଙ୍କୁ ଅଟକାଇବା ସହ ସେମାନଙ୍କ ହାତ ବାନ୍ଧି ଗିରଫ କରାଯାଉଛି । ବର୍ତ୍ତମାନ ପୂରା ଆଫଗାନିସ୍ତାନରେ ବନ୍ଧୁକଧାରୀ ତାଲିବାନୀମାନେ ପୋଲିସ ଭଳି କାମ କରୁଛନ୍ତି । କାହାକୁ ଗିରଫ କରିବେ କାହାକୁ ଛାଡିବେ ତାଙ୍କ ଇଚ୍ଛା ଉପରେ ନିର୍ଭର କରୁଛି । କାବୁଲରୁ ବିଭିନ୍ନ ଲୋକ ଏସବୁ ଚିତ୍ର ଟ୍ୱିଟରରେ ପୋଷ୍ଟ କରୁଛନ୍ତି ।