ଭାରତ ଉପରେ ତାଲିବାନର ବଡ଼ କାର୍ଯ୍ୟାନୁଷ୍ଠାନ : ବନ୍ଦ କଲା ରପ୍ତାନୀ ଆମଦାନୀ; ମାଲ ପରିବହନ ଉପରେ ଅଙ୍କୁଶ, ଦେଶରେ ବଢିପାରେ ଡ଼୍ରାଏଫୁଡ୍ସର ଦର

2,615

କନକ ବ୍ୟୁରୋ : ଭାରତ-ଆଫଗାନିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । କିନ୍ତୁ ଆଫଗାନିସ୍ତାନ କବଜା ପରେ ତାଲିବାନର ଉଗ୍ରରୂପ ଦେଖିବାକୁ ମିଳିଛି । ତାଲିବାନ ଭାରତ ସହ ଚାଲିଥିବା ଆମଦାନୀ ଓ ରପ୍ତାନୀକୁ ବନ୍ଦ କରିଦେଇଛି । ଫେଡେରେସନ ଅଫ ଇଣ୍ଡିଆ ଏକ୍ସପୋର୍ଟ ସଙ୍ଗଠନର ମୁଖ୍ୟ ଡକ୍ଟର ଅଜୟ ସହାୟ ଏହା କହିଛନ୍ତି । ସମ୍ବାଦ ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ତାଲିବନ ବର୍ତ୍ତମାନ ସମସ୍ତ ସାମଗ୍ରୀ ପରିବହନ କରୁଥିବା କର୍ଗୋ ମୁଭମେଂଟକୁ ରୋକିଦେଇଛି ।

ଭାରତର ସାମଗ୍ରୀ ମୁଖ୍ୟତଃ ପାକିସ୍ତାନ ଦେଇ ଆଫଗାନିସ୍ତାନ ଯାଇଥାଏ । କିନ୍ତୁ ବର୍ତ୍ତମାନ ପାଇଁ ତାଲିବାନ ଏହାକୁ ବନ୍ଦ କରିଦେଇଛି । ବ୍ୟବସାୟ କ୍ଷେତ୍ରରେ ଆଫଗାନିସ୍ତାନର ସବୁଠାରୁ ବଡ ପାର୍ଟନର ହେଉଛି ଭାରତ । ୨୦୨୧ ବର୍ତ୍ତମାନ ସୁଦ୍ଧା ଭାରତର ରପ୍ତାନୀ ୮୩୫ ବିଲିୟନ ଡଲାର ଥିଲା । ସେହିଭଳି ଆମଦାନୀ ୫୧୦ ମିଲିୟନ ଡଲାର ଥିଲା । ଏହଛଡା ଆଫଗାନିସ୍ତାନର ଅନେକ ପରିଯୋଜନାରେ ଭାରତ ନିବେଶ ବି କରିଛି । ବର୍ତ୍ତମାନର ରପ୍ତାନୀ-ଆମଦାନୀ ବନ୍ଦ ହେବା ପରେ ଦେଶରେ ଡ଼୍ରାଏଫୁଡ୍ସର ଦାମ ବଢିବା ସମ୍ଭାବନା ରହିଛି ।

ଜାଣନ୍ତୁ ଭାରତ ଆଫଗାନିସ୍ତାନକୁ କ’ଣ ଆମଦାନୀ କରିଥାଏ ଓ କ’ଣ ରପ୍ତାନୀ କରିଥାଏ ?

– ଆଫଗାନିସ୍ତାନରୁ ଭାରତ ଚିନି, ଔଷଧ, ପୋଷାକପତ୍ର, ଚା, କଫି ଓ ମସଲା ରପ୍ତାନୀ କରିଥାଏ
– ଡ଼୍ରାଏଫୁଡ୍ସ ଆମଦାନୀ କରିଥାଏ ଭାରତ
– ଅଳ୍ପ ପରିମାଣର ପିଆଜ ବି ଆମଦାନୀ କରିଥାଏ ଭାରତ
– ଡ଼୍ରାଏଫୁଡ୍ସର ଦାମ ବଢିବା ସମ୍ଭାବନା