ଭାରତୀୟଙ୍କ ଅପହରଣ କଥାକୁ ଅସ୍ୱୀକାର କଲେ ତାଲିବାନ ମୁଖପାତ୍ର । କନକ ନ୍ୟୁଜକୁ ଦେଲେ ଏକ୍ସକ୍ଲୁସିଭ୍ ପ୍ରତିକ୍ରିୟା ।

407

କନକ ବ୍ୟୁରୋ: କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ତାଲିବାନ ମୁଖପାତ୍ର । ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦଙ୍କ ଫୋନ ଯୋଗେ ଆଜି କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ସେ ଆଫଗାନ ବିମାନବନ୍ଦରକୁ ଆସୁଥିବାବେଳେ ଭାରତୀୟଙ୍କୁ ଅପହରଣ କଥାକୁ ଖଣ୍ଡନ କରିଛନ୍ତି । ସେହିପରି ଭାରତୀୟଙ୍କ ପ୍ରତି ତାଲିବାନୀଙ୍କ ଆଭିିମୁଖ୍ୟ ନେଇ ସ୍ପଷ୍ଟ କରିଛନ୍ତି ଜବିଉଲ୍ଲା ମୁଜାହିଦ । ଏପର୍ଯ୍ୟନ୍ତ କୌଣସି ବ୍ୟବସ୍ଥା ପ୍ରସ୍ତୁତ ହୋଇପାରି ନଥିବାରୁ ତାଲିବାନୀଙ୍କ ଉପରେ ଆଫଗାନ ବାସିନ୍ଦା ବିଶ୍ୱାସ କରିପାରୁନଥିବା ସେ କହିଛନ୍ତି । ମୁଜାହିଦ୍ଦିନଙ୍କ ଭୟରେ ଲୋକେ ଆଫଗାନିସ୍ତାନ ଛାଡୁଥିବା କଥାକୁ ସେ ସ୍ୱୀକାର କରିଛନ୍ତି । କିନ୍ତୁ ଆଫଗାନରେ ଥିବା ମନ୍ଦିର କିମ୍ବା ହିନ୍ଦୁଙ୍କ ପ୍ରତି ତାଲିବାନଙ୍କ ଆଡୁ କୌଣସି ବିପଦ ନଥିବା କହିଛନ୍ତି ତାଲିବାନ ମୁଖପାତ୍ର ଜବିଉଲ୍ଲା ମୁଜାହିଦ ।