ଆମେରିକାକୁ ତାଲିବାନ କହିଲା : ଆମ ସହ ଧୋକା ହୋଇଛି

1,564

କନକ ବ୍ୟୁରୋ : ଆମେରିକା ଆଫଗାନିସ୍ତାନ ଛାଡିବା ପରେ ଖୁସିରେ ଝୁମି ଉଠିଥିଲା ତାଲିବାନ । ଗୁଳି ଫୁଟାଇ ଉତ୍ସବ ମନାଇଥିଲେ । କିନ୍ତୁ ବର୍ତ୍ତମାନ ତାଲିବନିଙ୍କ ଖୁସିରେ ଟିକେ ବ୍ରେକ୍ ଲାଗିଯାଇଛି ।
ଗତ କିଛିଦିନ ତଳେ ରିପୋର୍ଟ ପ୍ରକାଶ ପାଇଥିଲା କି, କୋଟି କୋଟି ଟଙ୍କାର ଯୁଦ୍ଧାସ୍ତ୍ର ଆମେରିକା ଆଫଗାନିସ୍ତାନରେ ଛାଡି ଆସିଛି । ଯାହାକି ତାଲିବାନକୁ ଅନେକ ଫାଇଦା ଦେବ ବୋଲି କୁହାଯାଉଥିଲା । କିନ୍ତୁ ପ୍ରକୃତରେ ଏହାର ସମ୍ପୁର୍ଣ୍ଣ ଓଲଟା ହୋଇଛି । ତାଲିବାନର କହିବା ଅନୁସାରେ ତାଲିବନ ସହ ଆମେରିକା ଧୋକା କରିଛି । କାରଣ ଆମେରିକା ସେନା ଆଫଗାନିସ୍ତାନ ଛାଡିବା ସହ ସମସ୍ତ ଯୁଦ୍ଧ ହେଲିକପ୍ଟର ଏବଂ ବିମାନ ଗୁଡିକୁ ଖରାପ କରିଦେଇଛି । ଏହି ଯୁଦ୍ଧ ବିମାନଗୁଡିକ ଚଲେଇବା ଅବସ୍ଥାରେ ନାହିଁ ।
ଜଣେ ତାଲିବାନି ପ୍ରବକ୍ତା କହିଛନ୍ତି, ଆମେ ମାନୁଛୁ ଆମେରିକା ଦ୍ୱାରା ଛଡାଯାଇଥାବା ଯୁଦ୍ଧାସ୍ତ୍ର ଗୁଡିକ ରାଷ୍ଟ୍ରିୟ ସମ୍ପତ୍ତି । କିନ୍ତୁ ଯେହେତୁ ଏବେ ଆମେ ଏଠି ସରକାର ଗଢିବାକୁ ଯାଉଛୁ ତେଣୁ ଏହି ଯୁଦ୍ଧାସ୍ତ୍ର ଗୁଡିକ ଆମର ବହୁତ କାମରେ ଆସିଥାନ୍ତା । ଆମ ସହିତ ଧୋକା ହୋଇଛି । ଏବେ କୁହାଯାଉଛି, ତିଲିବାନିଙ୍କ ପାଖରେ ଅନ୍ୟ ୪୮ଟି ବିମାନ ରହିଯାଇଛି । କିନ୍ତୁ ଏଥି ମଧ୍ୟରୁ କେତେ ବିମାନ ଚାଲିବା ଅବସ୍ଥାରେ ରହିଛି ତାହା ସ୍ପଷ୍ଟ ହୋଇପାରିନି ।