କନକ ବ୍ୟୁରୋ; କାଶ୍ମୀର ଭାରତର ଆଭ୍ୟନ୍ତରୀଣ ସମସ୍ୟା । କାଶ୍ମୀର ପ୍ରସଙ୍ଗରେ ତାଲିବାନ ମୁଣ୍ଡ ଖେଳାଇବ ନାହିଁ କି କାହାସହ ହାତ ମିଳାଇବ ନାହିଁ । ଏକ ପ୍ରତିକ୍ରିୟାରେ ଏହା କହିଛନ୍ତି ଆଫଗାନିସ୍ତାନର ଇସଲାମିକ ଏମିରେଟ ମୁଖପାତ୍ର ସୁହେଲ ସାହିନ । ସେ କହିଛନ୍ତି ଯେ ଇସଲାମିକ ଏମିରେଟ କୌଣସି ଦେଶର ଆଭ୍ୟନ୍ତରୀଣ ମାମଲାରେ ମୁଣ୍ଡ ଖେଳାଏ ନାହିଁ । ତାଲିବାନର ରାଜନୈତିକ ଶାଖା ଇସଲାମିକ ଏମିରେଟ ପକ୍ଷରୁ ଟୁଇଟ କରି ଏହି ସୂଚନା ଦିଆଯାଇଛି ।
କାଶ୍ମୀରରେ ପାକିସ୍ତାନ ପ୍ରୋତ୍ସାହିତ ଆତଙ୍କବାଦକୁ ତାଲିବାନ ସମର୍ଥନ କରିବା ନେଇ ସୋସିଆଲ ମିଡିଆରେ ପ୍ରକାଶ ପାଇଥିବା ଏକ ମନ୍ତବ୍ୟକୁ ତାଲିବାନ ଖଣ୍ଡନ କରିଛି । ସୋସିଆଲ ମିଡିଆରେ ଘୁରିବୁଲିଥିବା ଏହି ପୋଷ୍ଟରେ ତାଲିବାନ ମୁଖପାତ୍ର ଜମିହୁଲ୍ଲା ମୁହାଜିଦ କହିଥିଲେ କାଶ୍ମୀର ସମସ୍ୟାର ସମାଧାନ ନ ହେବା ଯାଏ ଭାରତ ସହିତ ବନ୍ଧୁତା ସ୍ଥାପନ କରିବ ନାହିଁ ତାଲିବାନ ।
ଏପରିକି ମୁଖପାତ୍ର ଏହା ମଧ୍ୟ ଦାବି କରିଥିଲେ କାବୁଲରେ କ୍ଷମତା ଅକ୍ତିଆର କରିବା ପରେ କାଶ୍ମୀରକୁ ମଧ୍ୟ ଦଖଲ କରାଯିବ । ତେବେ ସୋସିଆଲ ମିଡିଆରେ ଏହିସବୁ ପୋଷ୍ଟର ତଥ୍ୟକୁ ଖଣ୍ଡନ କରିଛି ତାଲିବାନର ପଲିଟିକାଲ ୱିଙ୍ଗ ବା ରାଜନୈତିକ ଶାଖା ଇସଲାମିକ ଏମିରେଟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/200301145738-taliban-spokesperson-muhammad-suhail-shaheen-exlarge-169.jpg)