ତାଲିବାନୀଙ୍କୁ ନେଇ ବଡ ବୟାନ ଦେଲେ ସିଡିଏସ : କହିଲେ, ଆଫଗାନିସ୍ତାନକୁ କବଜା କରିବା ପରେ ଭାରତରେ ବଢିପାରେ ଆତଙ୍କବାଦୀ ଗତିବିଧି

ଆଗୁଆ ଆକଳନ କରି ସମସ୍ତ ପ୍ରକାର ପ୍ରସ୍ତତି କରିଛି ସେନା

451

କନକ ବ୍ୟୁରୋ : ତାଲିବାନୀଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି ସିଡିଏସ୍  । ଜେନେରାଲ ବିପିନ ରାୱତ କହିଛନ୍ତି, ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଭାରତରେ ଆତଙ୍କବାଦୀ ଗତିବିଧି ବଢିପାରେ  । ଏଭଳି ଆଗୁଆ ଆକଳନ କରି ସମସ୍ତ ପ୍ରକାର ପ୍ରସ୍ତତି କରିଛି ସେନା  । ୨୦ ବର୍ଷ ତଳର ତାଲିବାନ ଓ ଏବେକାର ତାଲିବାନ ମଧ୍ୟକୌଣସି ତଫାତ ନାହିଁ  । ଏଥର କେବଳ ସହଯୋଗୀ ବଳଦାଇ ତାଲିବାନ ଫେରିଥିବା କହିଛନ୍ତିି ଜେନେରାଲ ରାୱତ  ।

୨୧ ବିଂଶ ଶତାବ୍ଦିରେ ଭାରତ-ଆମେରିକା ସମ୍ବନ୍ଧ ସମ୍ପର୍କିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି ମତ ରଖିଛନ୍ତି ସିଡିଏସ୍  । ଆଫଗାନିସ୍ତାନକୁ ତାଲିବାନ୍ କବ୍ଜା କରିବା ପରେ କିପରି ରହିପାରେ ଭାରତରେ ଆତଙ୍କବାଦୀଙ୍କ ଗତିବିଧି ? ଭାରତରେ ଏହାର କିପରି ପ୍ରଭାବ ପଡିପାରେ ? ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିଲା  । ଏଥିପାଇଁ ଆଗୁଆ ରଣନୀତି କରି ସେନା ପ୍ରସ୍ତୁତ ହେଉଥିବା ବୋଲି ସିଡିଏସ୍ କହିଛନ୍ତି  । କେବଳ ଭାରତ ନୁହଁ ପ୍ରଶାନ୍ତ ମହାସାଗରିୟ କ୍ଷେତ୍ର ପାଇଁ ଆତଙ୍କବାଦ ଏକ ବଡ଼ ବିପଦ  । ଏଥିପାଇଁ ଆତଙ୍କବାଦ ବିରୋଧରେ ଯୁଦ୍ଧ ଘୋଷଣା କରାଯାଇଛି  ।

ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିନେବା ପରେ ଆଫଗାନିସ୍ତାନର ଅସ୍ତ୍ରଶସ୍ତ୍ର ଭଣ୍ଡାର ତାଲିବାନ କବ୍ଜାକୁ ଚାଲି ଆସିଛି  । ଏହି ଅସ୍ତ୍ର ଭଣ୍ଡାରରେ ବିପୁଳ ପରିମାଣର ଆମେରିକୀୟ ଅସ୍ତ୍ରଶସ୍ତ୍ର ରହିଥିଲା  । ସୂଚନା ଅନୁସାରେ ଏହି ଅସ୍ତ୍ରଶସ୍ତ୍ର ପାକିସ୍ତାନ ବୁହାଇବାରେ ଲାଗିଛନ୍ତି  । ପାକିସ୍ତାନ ଉଗ୍ରବାଦୀମାନେ ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା କରାଯାଉଛି  । ଏପରି ସମ୍ଭାବନାକୁ ଏଡାଇ ଦିଆଯାଇପାରେ ବୋଲି ଭାରତର ବରିଷ୍ଠ ସେନା ଅଧିକାରୀ କହିଛନ୍ତି  ।