କ୍ଷମତା ଦଖଲ କରିବା ପରେ ତାଲିବାନୀଙ୍କ ନିର୍ଦ୍ଦେଶ, ଏବେ ଆଫଗାନରେ ଛାତ୍ରୀଙ୍କୁ ପାଠ ପଢାଇପାରିବେ ନାହିଁ ପୁରୁଷ ଶିକ୍ଷକ

215

କନକ ବ୍ୟୁରୋ : ଦୁଇ ସପ୍ତାହ ହେବ ତାଲିବାନୀମାନେ ଆଫଗାନିସ୍ତାନରେ କ୍ଷମତା ଦଖଲ କରିଛନ୍ତି । ଏବେ ତାଲିବାନୀମାନେ ଆଫଗାନରେ ତାଙ୍କ ନିଜର ଅସଲ ରୂପ ଦେଖାଇବା ଆରମ୍ଭ କରିଛନ୍ତି । ସୋମବାରଦିନ ତାଲିବାନ ପକ୍ଷରୁ ଆଫଗାନିସ୍ତାନରେ ମିଳିତ ଶିକ୍ଷା ପରେ ପ୍ରତିବନ୍ଧକ ଲଗାଯାଇଛି । ଏହି କ୍ରମରେ ନିର୍ଦ୍ଦେଶ ଦିଆଯାଇଛି କି ଏବେ ଆଫଗାନିସ୍ତାନର କୌଣସି ଶିକ୍ଷାନୁଷ୍ଠାନରେ ପୁରୁଷ ଶିକ୍ଷକମାନେ ଛାତ୍ରୀମାନଙ୍କୁ ପାଠ ପଢାଇ ପାରିବେ ନାହିଁ ।

ସୋମବାରଦିନ ଆଫଗାନିସ୍ତାନର ଉଚ୍ଚ ଶିକ୍ଷାମନ୍ତ୍ରୀ ଶେଖ୍ ଅବ୍ଦୁଲ୍ଲ ବାକି ହକ୍କାନୀ ଏହାର ଘୋଷଣା କରିଛନ୍ତି । ସେ କହିଛନ୍ତି କି, ଆଫଗାନିସ୍ତାନର ଲୋକେ ଏବେ ପ୍ରମାଣ କରିଦେଇଛନ୍ତି ଯେ, ସେମାନେ ତାଙ୍କର ଧର୍ମ, ରାଷ୍ଟ୍ରୀୟ ମୂଲ୍ୟ ଓ ସ୍ୱାଦୀନତାକୁ ରକ୍ଷା କରିବାକୁ ମଜବୁତ ହେବାକୁ ପଡିବ । ଏହି ବିପ୍ଳବରେ ଯୁବକମାନେ ସବୁଠାରୁ ବଡ ଦାୟିତ୍ୱ ନେବେ । ଏହାସହ ଦେଶର ଶିକ୍ଷକ ଓ ବିଶେଷଜ୍ଞମାନେ ଦେଶ ନିର୍ମାଣ କରିବାରେ ସେମାନଙ୍କ ଭୂମିକା ନିଭାଇବେ ବୋଲି ସେ ଆଶ ପ୍ରକଟ କରିଛନ୍ତି ।

ହକ୍କାନୀ ଆହୁରି କହିଛନ୍ତି କି ଖୁବଶୀଘ୍ର ଆଫଗାନିସ୍ତାନରେ ଇସଲାମିକ ମୂଲ୍ୟ ପାଳନ କରିବା କ୍ରମରେ ଛାତ୍ର ଓ ଛାତ୍ରୀ ମାନଙ୍କ ପାଇଁ ଅଲଗା ଶିକ୍ଷାନୁଷ୍ଠାନ ନିର୍ମାଣ କରାଯିବ । ଏହାସହ ସେ କହିଛନ୍ତି କି “ମୁଁ ଭରଶା ଦେଉଛି କି ଦେଶର ରାଜନୀତି ବ୍ୟବସ୍ଥା ଆଫଗାନିସ୍ତାନର ଶିକ୍ଷା ବ୍ୟବସ୍ଥାକୁ ସଦୃଢ କରିବା ଓ ବିକାଶ କରିବା କ୍ଷେତ୍ରରେ କାମ କରିବ ।”

କହିରଖୁ କି, ହକ୍କାନୀଙ୍କ ତରଫରୁ ଏଭଳି ଘୋଷଣା କରି ଆଫଗାନର ଶିକ୍ଷା ବ୍ୟବସ୍ଥାକୁ ସମାପ୍ତ କରିବାକୁ ଶେଷ କରିବାକୁ ଚାହୁଁଛନ୍ତି । ତାଲିବାନର ଏଭଳି ନିଷ୍ପତ୍ତି ପରେ ସବୁଠାରୁ ଅଧିକ କ୍ଷତି ସହିବେ ଆଫଗାନିସ୍ତାନର ଉଚ୍ଚଶିକ୍ଷା ଲାଭ କରୁଥିବା ଛାତ୍ର ଛାତ୍ରୀମାନେ । ଏହାର କାରଣ କଲେଜ ଓ ବିଶ୍ୱ ବିଦ୍ୟାଳୟ ମାନଙ୍କରେ ସବୁଠାରୁ ଅଧିକ ପୁରୁଷ ଶିକ୍ଷକ ରହିଥାନ୍ତି ।