ସରକାର ଗଢିବା ପାଇଁ ପ୍ରକ୍ରିୟା ଶେଷ କଲା ତାଲିବାନ : ଦେଶର ମୁଖ୍ୟ ହେବେ ମୁଲ୍ଲା ଅବଦୁଲ ଘନି ବରାଦର

ତାଲିବାନ କହିଲା. ଚୀନ ଯୋଗାଇ ଦେବ ଆର୍ଥିକ ସହାୟତା

121

କନକ ବ୍ୟୁରୋ : ଆଫଗାନିସ୍ତାନରେ ସରକାର ଗଢିଲା ତାଲିବାନ । ଇରାନ୍ ମଡେଲ୍ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି । ଆଉ ତାଲିବାନର ସହ ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନୀ ବରାଦର ହେବେ ଦେଶର ମୁଖ୍ୟ ।  ଜମ୍ମୁ କାଶ୍ମୀରକୁ ନେଇ ତାଲିବାନ ଦେଲା ଏକ ବଡ ବୟାନ । ତାଲିବାନ କହିଲା, କାଶ୍ମୀର ମୁସଲମାନଙ୍କ ପାଇଁ ସ୍ୱର ଉଠାଇବା ତାଙ୍କ ଅଧିକାର । ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ବିବିସିକୁ ଦେଇଥିବା ଏକ ସାକ୍ଷାତକାରବେଳେ ତାଲିବାନ ମୁଖପାତ୍ର ସୁହେଲ ଶାହିନ କହିଛନ୍ତି, ଭାରତର କାଶ୍ମୀର ହେଉକି ଅନ୍ୟ ଦେଶରେ ରହୁଥିବା ମୁସଲମାନଙ୍କ ପାଇଁ ସ୍ୱର ଉତୋଳନ କରିବାର ଅଧିକାର ତାଲିବାନର ରହିଛି ।

ସୁହେଲ ଶାହିନ କହିଛନ୍ତି କୌଣସି ବି ଦେଶରେ ମୁସଲମାନଙ୍କ ଉପରେ ଅନ୍ୟାୟ ହେଲେ ତାଲିବାନ ପ୍ରତିବାଦ କରିବ । ପ୍ରତ୍ୟେକ ଦେଶରେ ମୁସଲମାନଙ୍କୁ ସମାନ ଅଧିକାର ମିଳିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହା ପୂର୍ବରୁ ତାଲିବାନର ମୁଖ୍ୟ ମୁଖପାତ୍ର ଜାବିଉଲ୍ଲାହ ମୁଜାହିଦ୍ କାଶ୍ମୀର ପ୍ରସଙ୍ଗରେ କହିଥିଲେ, ଭାରତ – ପାକିସ୍ତନ ଏକାଠି ବସି ସମାସ୍ୟାର ସମାଧାନ କରିବା ଉଚିତ୍ । ଆଫଗାନିସ୍ତାନରେ ତାଲିବାନ ରାଜୁତି ପରେ ଭାରତ ପ୍ରତି କ’ଣ ଆଭିମୁଖ୍ୟ ରହିବ, ତାକୁ ନେଇ ନାନା ଆକଳନ ଓ ବିଶ୍ଳେଷଣ କରାଯାଉଛି ।

ଆଫଗାନିସ୍ତାନରେ ଆରମ୍ଭ ହୋଇଛି ତାଲିବାନ ଶାସନ । ଆଉ ଏହାକୁ ନେଇ ବିଶ୍ୱର ଅନ୍ୟ ଦେଶ ଗୁଡିକ ତାଲିବାନ ସହ କିପରି ସମ୍ପର୍କ ରଖିବେ ତାହାରି ଉପରେ ସଭିଁଙ୍କ ନଜର । ହେଲେ ଏହି ଭିତରେ ତାଲିବାନ ପକ୍ଷରୁ ଏକ ବଡ ବୟାନ ସାମ୍ନାକୁ ଆସିଛି ।୨୦ ବର୍ଷ ପରେ ଏହି ଆତଙ୍କୀ ସଂଙ୍ଗଠନ ଦେଶର ନେତୃତ୍ୱ ନେବାକୁ ଯାଉଛି । ଚୀନ ତାଲିବାନକୁ ଅର୍ଥନୈତିକ ସାହାଯ୍ୟ କରିବ ବୋଲି ସୂଚନା ଦେଇଛି । ତାଲିବାନ ମୁଖପାତ୍ର ଜବିଉଲ୍ଲାହ ମୁଜାହିଦ ମଧ୍ୟ ଚୀନ ତାଲିବାନକୁ ସହାୟତା କରିବ ବୋଲି କହିଛନ୍ତି । ଜବିଉଲ୍ଲା, ଚୀନକୁ ତାଲିବାନର ବଡ ସହଯୋଗୀ ବୋଲି ମଧ୍ୟ କହିଛନ୍ତି । ଏହାସହ ଆଫଗାନିସ୍ତାନକୁ ପୁନଃ ଗଢିବା ପାଇଁ ଦାୟିତ୍ୱ ଚୀନକୁ ଦିଆଯିବ । ଚୀନ ଆଫଗାନିସ୍ତାନରେ ବଡ ଧରଣର ନିବେଶ କରିବାକୁ ଯାଉଛି ବୋଲି ସେ କହିଛନ୍ତି ।