ତାଲିବାନୀ ମୁଖପାତ୍ରଙ୍କୁ ମହିଳା ଅଧିକାର ନେଇ ମହିଳା ସାମ୍ବାଦିକଙ୍କ ପ୍ରଶ୍ନରେ ହସିଲେ ତାଲିବାନୀ : ଏଭଳି ନିର୍ଭୀକତାର ସହ ମହିଳା ସାମ୍ବାଦିକଙ୍କ ପ୍ରଶ୍ନକୁ ଟୁଇଟରରେ ପ୍ରଶଂସା

347

କନକ ବ୍ୟୁରୋ : ଆଫଗାନିସ୍ତାନ କବଜା ପରେ ଧିରେ ଧିରେ ତାଲିବାନଙ୍କ କାର୍ଯ୍ୟ କଳାପର ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି । ତାଲିବାନୀ ମୁଖପାତ୍ରଙ୍କୁ ଜଣେ ମହିଳା ସାମ୍ବାଦିକ ପ୍ରଶ୍ନ କଲାବେଳେ ହସି ପକାଉଛନ୍ତି ତାଲିବାନୀ ମୁଖପାତ୍ର । ମହିଳା ସମ୍ବାଦିକ ଜଣକ ପଚାରିଥିଲେ ତାଲିବାନୀ ଶାସନରେ ମହିଳାମାନେ ସେମାନଙ୍କ ଅଧିକାର ପାଇପାରିବେ କି ନାହିଁ ।

ଏହି ପ୍ରଶ୍ନରେ ମୁଖପାତ୍ରଜଣକ ଆଉ ରହିନପାରି ହସିପକାଇଥିଲେ ଏବଂ କ୍ୟାମେରା ବନ୍ଦ କରିବାକୁ କହିଥିଲେ । ଏହାପରେ ସାମ୍ବାଦିକଜଣକ ପ୍ରଶ୍ନ କରିବା ବନ୍ଦ କରି ପୁଣି ଥରେ ପ୍ରଶ୍ନ ପଚାରିବା ପାଇଁ ପ୍ରସ୍ତୁତ ହୋଇଥିଲେ । ଆଫଗାନିସ୍ତାନ ମାଟିରେ ତାଲିବାନ ମୁଖପାତ୍ରଙ୍କୁ ସିଧାସଳଖ ଜଣେ ମହିଳା ସମ୍ବାଦିକଙ୍କ ଏଭଳି ନିର୍ଭୀକ ପ୍ରଶ୍ନକୁ ଟ୍ୱିଟରରେ ବେଶ ପ୍ରଶଂସା କରାଯାଉଛି ।