ମୁହ୍ଲା ହସନ ଅଖୁନ୍ଦ ହୋଇପାରନ୍ତି ଆଫଗାନିସ୍ତାନର ରାଷ୍ଟ୍ରମୁଖ୍ୟ !

ଅନ୍ତଜାର୍ତୀୟ ଗଣମାଧ୍ୟମକୁ ତାଲିବାନୀ ନେତାଙ୍କ ସୂଚନା; ତାଲିବାନ ମୁଖ୍ୟ ଅଖୁନ୍ଦଜାଦାଙ୍କ ନିକଟତମ ହୋଇଥିବା ସୂଚନା

138

କନକ ବ୍ୟୁରୋ : ତାଲିବାନୀଙ୍କ କ୍ଷମତା ଲଢ଼େଇ ଭିତରେ ସାମନାକୁ ଆସିଛି ଆଫଗାନିସ୍ତାନର କିଏ ହେବେ ପରବର୍ତ୍ତୀ ରାଷ୍ଟ୍ରମୁଖ୍ୟ । ତାଲିବାନର ବରିଷ୍ଠ ସଦସ୍ୟ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କୁ ନୂଆ ରାଷ୍ଟ୍ରମୁଖ୍ୟ ହୋଇପାରନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ତାଲିବାନର ସର୍ବୋଚ୍ଚ କମାଣ୍ଡର ହୈବତୁଲ୍ଲା ଅଖୁନ୍ଦଜାଦା, ଅଫଗାନିସ୍ତାନର ରାଷ୍ଟ୍ରପତି ଭାବେ ହସନ ଅଖୁନ୍ଦଙ୍କ ନାମକୁ ସୁପାରିଶ କରିଥିଲେ ।

ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଏବେ ରହବାରି ସୁରା ବା ନେତୃତ୍ୱ ପରିଷଦର ମୁଖ୍ୟ ଅଛନ୍ତି । ସେ ତାଲିବାନର ଜନ୍ମସ୍ଥାନ କନ୍ଦାହାରରୁ ଆସିଥିବା ବେଳେ ସଶସ୍ତ୍ର ସଂଗ୍ରାମର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଅନ୍ୟତମ ବୋଲି କୁହାଯାଉଛି । ସେ ରହିବାରି ସୁରାରେ ପ୍ରାୟ ୨୦ ବର୍ଷ କାମ କରି ଧରି କାମ କରିଛନ୍ତି । ସେ ସୈନ୍ୟ ପୃଷ୍ଠଭୂମି ଅପେକ୍ଷା ଏକ ଧାର୍ମିକ ନେତା ଭାବେ ତାଲିବାନ ଗୋଷ୍ଠୀ ମଧ୍ୟରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ ଜଣାଶୁଣା । ସବୁଠୁ ବଡ କଥା ହେଲା ତାଲିବାନର ଶୀର୍ଷ ନେତା ହୈବତୁଲ୍ଲା ଅଖୁନ୍ଦଜାଦାଙ୍କ ବିଶ୍ୱସ୍ତପାତ୍ର ଭାବେ ୨୦ ବର୍ଷ ହେଲା କାମ କରିଆସୁଛନ୍ତି ।

ଆଉ ଆଫଗାନ ସରକାରରେ ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦଙ୍କ ପ୍ରତିନିଧି ଭାବେ ତାଲିବାନ ନେତା ମୁଲ୍ଲା ବରାଦର ଓ ମୁଲ୍ଲା ଅବଦୁସ ସଲାମ କାମ କରିବେ । ସୂଚନା ଅନୁସାରେ ଏହି ତିନି ଜଣ ନେତା ଇସଲାମିକ୍ ଏମିରେଟସ ଆଫଗାନିସ୍ତାନର ସରକାରର ନେତୃତ୍ୱ ନେବେ ବୋଲି ଖୋଦ୍ ଅଖୁନ୍ଦଜାଦା ସୁପାରିଶ କରିଥିବା ଚର୍ଚ୍ଚା ହେଉଛି । ଗତ ସପ୍ତାହରେ ତାଲିବାନର ନୂଆ ସରକାର ଗଠନ ହେବାକୁ ଥିବା ବେଳେ କୌଣସି କାରଣରୁ ଟଳିଯାଇଥିଲା । ଆସନ୍ତା ବୁଧବାର ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ହୋଇପାରେ ବୋଲି ସ୍ଥାନୀୟ ଗଣମାଧ୍ୟମରୁ ସୂଚନା ମିଳିଛି ।