ଆଫଗାନିସ୍ତାନରେ ସୋମନାଥଙ୍କ ପ୍ରତିମା ଭାଙ୍ଗିଲେ ତାଲିବାନି । ନିର୍ମାଣ କରିବ ମହମ୍ମଦ ଗଜନିଙ୍କ ଆସ୍ଥାନ

Advertisment
ଆଫଗାନିସ୍ତାନରେ ସୋମନାଥଙ୍କ ପ୍ରତିମା ଭାଙ୍ଗିଲେ ତାଲିବାନି । ନିର୍ମାଣ କରିବ ମହମ୍ମଦ ଗଜନିଙ୍କ ଆସ୍ଥାନ

କନକ ବ୍ୟୁରୋ: ଆଫଗାନିସ୍ତାନର ଐତିହାସିକ ସୋମନାଥ ମନ୍ଦିରରେ ଥିବା ପ୍ରତିମାକୁ ଭାଙ୍ଗି ପକାଇଥିବା ଦାବି କରିଛନ୍ତି ତାଲିବାନି ନେତା । ସେହି ସ୍ଥାନରେ ମହମ୍ମଦ ଗଜନିଙ୍କ ଆସ୍ଥାନ କରିବାକୁ ଘୋଷଣା କରିଛନ୍ତି । ବିଜୟୀ ମହମଦ୍‌ ଗଜନିଙ୍କ ଆସ୍ତାନ ପରିଦର୍ଶନ କରି ତାଲିବାନର ଅନସ୍‌ ହକ୍କାନି କହିଛନ୍ତି ଯେ, ଐତିହାସିକ ହିନ୍ଦୁ ମନ୍ଦିରରେ ଥିବା ସୋମନାଥଙ୍କ ପ୍ରତିମାକୁ ତାଲିବାନ୍‌ ବିଧ୍ୱସ୍ତ କରିପକାଇଛି।
ସୂଚନାଯୋଗ୍ୟ, ସମ୍ପ୍ରତି ସେଠାରେ ଥିବା ସୋମନାଥ ମନ୍ଦିରର ପୁନଃନିର୍ମାଣ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ୍‌ଙ୍କ ଆଦେଶରେ ଆରମ୍ଭ ହୋଇଥିଲା ଏବଂ ତାଙ୍କ ମୃତ୍ୟୁ ପରେ ୧୯୫୧ରେ ତାହାର ନିର୍ମାଣ କାର୍ୟ୍ୟ ଶେଷ ହୋଇଥିଲା। ସମ୍ପ୍ରତି ‘ଶ୍ରୀସୋମନାଥ ମନ୍ଦିର ଟ୍ରଷ୍ଟ୍‍’ର ଅଧ୍ୟକ୍ଷ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ଆଜି ଟୁଇଟ୍‌ କରି ହକାନି କହିଛନ୍ତି, ଆଜି ଆମେ ୧୦ମ ଶତାବ୍ଦୀର ପ୍ରଖ୍ୟାତ ମୁସଲମାନ୍‌ ଯୋଦ୍ଧା ଏବଂ ମୁଜାହିଦ୍‌ ସୁଲ୍‌ତାନ୍‌ ମହମଦ୍‌ ଗଜନଓ୍ଵିଙ୍କ ଆସ୍ତାନ ପରିଦର୍ଶନ କରିଛୁ। ଗଜନଓ୍ଵି (ତାଙ୍କ ଉପରେ ଆଲ୍ଲାଙ୍କ କରୁଣା ଥାଉ) ଗଜନିରୁ ସେ ଅଞ୍ଚଳରେ ଶକ୍ତିଶାଳୀ ମୁସଲମାନ୍‌ ଶାସନ ପ୍ରତିଷ୍ଠିତ କରାଇ ସୋମନାଥ ପ୍ରତିମା ବିଧ୍ୱସ୍ତ କରି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe