କନକ ବ୍ୟୁରୋ: ଆଫଗାନିସ୍ତାନରେ ସତ୍ତାଧାରୀ ତାଲିବାନ୍ ଇସ୍ଲାମିକ୍ ଷ୍ଟେଟ୍ ଖୁରାସାନ୍ ଉପରେ ବଡ ଆକ୍ସନ ନେଇଛି । ISKPର ମିନିଷ୍ଟର ଅଫ୍ ୱାର ତଥା ମିଲିଟାରୀ ଚିଫ୍ କାରୀ ଫତେହକୁ ହତ୍ୟା କରିଛି ତାଲିବାନ୍ ।
ସୋମବାର କାବୁଲରେ ହୋଇଥିବା ଅପରେସନରେ କାରି ଫତେହକୁ ହତ୍ୟା କରାଯାଇଥିବା କହିଛନ୍ତି କାଲିବାନ୍ ସରକାରଙ୍କ ମୁଖପାତ୍ର ଜବିହୁଲ୍ଲାହ ମୁଜାହିଦ୍ । ତାଙ୍କ ସହ ଖୁରାସାନର ଆଉ କିଛି କର୍ମୀଙ୍କୁ ମଧ୍ୟ ହତ୍ୟା କରାଯାଇଥିବା ମଧ୍ୟ ତାଲିବାନ୍ ପକ୍ଷରୁ ସ୍ୱୀକାର କରାଯାଇଛି ।
ତାଲିବାନ ହାତରେ ପ୍ରାଣ ହରାଇଥିବା କାରି ଫତେହ ISKP ପାଇଁ ରଣନୀତି ପ୍ରସ୍ତୁତ କରୁଥିଲା । ନିକଟରେ କାବୁଲ, ଋଷ, ପାକିସ୍ତାନ ଓ ଚିନର ଦୂତାବାସ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିବା ଜଣାପଡିଛି ।