ମହିଳା ଡାକ୍ତରଙ୍କୁ ଗୁଳି କରି ହତ୍ୟା କଲା ତାଲିବାନ… ସାମାନ୍ୟ ଭୁଲ ପାଇଁ ମିଳିଲା ମୃତ୍ୟୁ ଦଣ୍ଡ

241

କନକ ବ୍ୟୁରୋ : ତାଲିବାନର କ୍ରୁରତା ସମ୍ପର୍କରେ କିଏ ବା ନଜାଣେ, ଆଫଗାନିସ୍ତାନ ଉପରେ ଆତଙ୍କବାଦି ସଂଗଠନ ତାଲିବାନର କବଜା ପରେ ବଦଳିଯାଇଛି ଆଫଗାନିସ୍ତାର ସ୍ଥିତି । ସାଧାରଣ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର ହେଉଛି । ଆଉ ଏହାର ଏକ ପ୍ରମାଣ ଜାତୀୟ ଗଣମାଧ୍ୟମରୁ ପ୍ରକାଶ ପାଇଥିବା ରିପୋର୍ଟରୁ ସାମ୍ନାକୁ ଆସିଛି । ଜଣ ମହିଳା ଡାକ୍ତରଙ୍କୁ ଅତି ନିର୍ମମ ଭାବେ ବିଚ୍ ରାସ୍ତା ଉପରେ ଗୁଳି କରି ହତ୍ୟା କରିଛନ୍ତି ତାଲିବାନୀ । ଚେକ୍ ପଏଣ୍ଟରେ ମହିଳା ଡାକ୍ତର ଜଣକ ନଅଟକିବାରୁ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ସୂଚନାରୁ ଜଣାପଡିଛି ।
ସୂଚନା ଅନୁଯାୟୀ, ମୃତ ମହିଳା ଜଣଙ୍କ ନାଁ ଅମରୁଦ୍ଦିନ୍ ନୁରୀ । ତାଙ୍କର ବୟସ ମାତ୍ର ୩୩ବର୍ଷ । ଗତ କିଛିମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ସେ ନିଜର ଏକ ଛୋଟିଆ କ୍ଲିନିକ୍ ଚଲାଉଥିଲେ । ଗତକାଲି ସେ କ୍ଲିନିକ୍ ଯିବା ସମୟରେ ଚେକପୋଷ୍ଟରେ ଗାଡି ନଅଟକାଇବାରୁ ମହିଳା ଡାକ୍ତରଙ୍କୁ ଅତି ବିଭତ୍ସ ଭାବେ ଗୁଳି କରି ହତ୍ୟା କରାଯାଇଛି ।
ଯାହାଙ୍କୁ ଦ୍ୱିତୀୟ ଭଗବାନ ବୋଲି କୁହାଯାଏ ତାଙ୍କୁ ବି ଛାଡୁନାହାନ୍ତି ତାଲିବାନୀ । ଆଫଗାନିସ୍ତାନରେ ମହିଳା ଡାକ୍ତରଙ୍କ ହତ୍ୟା ଘଟଣା କୌଣସି ନ୍ୟୁଜ୍ କିମ୍ବା ଗଣମାଧ୍ୟମରେ ପ୍ରକାଶ କାରାଯାଇନାହିଁ । କାରଣ ସେଠାରେ ସବୁକିଛି ତାଲିବାନଙ୍କ ଅଧିନରେ ରହିଛି । ତାଲିବାନ ବିରୋଧରେ ଯିଏବି ସ୍ୱର ଉଠାଉଛି ତାକୁ ସେଠାରେ ମୃତ୍ୟୁ ଦଣ୍ଡ ମିଳୁଛି । କେବଳ ଏତିକି ନୁହେଁ ଗତ କିଛି ଦିନ ପୂର୍ବରୁ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା, ସେଠାରେ ମୁଠାଏ ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି ଲୋକେ । ଏପରିକି ନିଜର ପିଲାଙ୍କୁ ଅନ୍ୟ ହାତରେ ବିକ୍ରି କରିବାକୁ ବି ପଛାଉନାହାନ୍ତି ସେଠାକାର ଲୋକେ । କାରଣ ଅଭାବି ଆଉ ଭୋକ ଏତେ ବଢିଯାଇଛି ଯେ, ସେଠାରେ ବଞ୍ଚିବା ଏକପ୍ରକାର ଅସମ୍ଭବ ହୋଇଯାଇଛି