କାବୁଲ ଏୟାରପୋର୍ଟ ରାସ୍ତାକୁ ସିଲ କଲା ତାଲିବାନ : ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ କହିଲା କେବଳ ବିଦେଶୀ ନାଗରିକ ଛାଡି ପାରିବେ ଦେଶ

ଆତଙ୍କରେ ବିଦେଶକୁ ଚାଲିଯିବା ପାଇଁ ଅପେକ୍ଷା କରିଥିବା ହଜାର ହଜାର ଆଫଗାନବାସିନ୍ଦା

228

କନକ ବ୍ୟୁରୋ : ହଜାର ହଜାର ଆଫଗାନ ନାଗରିକ ଦେଶ ଛାଡି ବିଦେଶ ଚାଲିଯିବା ପାଇଁ ବିମାନବନ୍ଦର ମୁହାଁ ହେଉଥିବା ବେଳେ କଡା ଆଭିମୁଖ୍ୟ ଦେଖାଇଛି ତାଲିବାନ । କାବୁଲକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ସିଲ କରିଛି ଏହି ମୌଳବାଦୀ ସଂଗଠନ । କେବଳ ବିଦେଶୀ ନାଗରିକ ବିମାନବନ୍ଦରକୁ ଯାଇପାରିବେ ବୋଲି କହିଛନ୍ତି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍ ।

କୌଣସି ଆଫଗାନୀ ନାଗରିକ କାବୁଲ ବିମାନବନ୍ଦରକୁ ଯାଇପାରିବେ ନାହିଁ । ବିମାନବନ୍ଦରରେ ବହୁ ସଂଖ୍ୟାରେ ଲୋକ ଭିଡ ହେଉଥିବାରୁ ଦଳା ଚକଟା ଆଶଙ୍କା କରି ଏହି ପଦକ୍ଷେପ ନିଆଯାଇଥିବା ତାଲିବାନ ପକ୍ଷରୁ କୁହାଯାଇଛି । ଅନ୍ୟପଟେ ତାଲିବାନର ଏଭଳି ପଦକ୍ଷେପ ବିଦେଶକୁ ଚାଲିଯିବା ପାଇଁ ଅପେକ୍ଷା କରିଥିବା ହଜାର ହଜାର ଲୋକଙ୍କୁ ହତାଶ କରିଛି । ଆଉ ଭୟ ଭିତରକୁ ପୁଣି ଥରେ ଠେଲି ହୋଇଯାଇଛନ୍ତି ।