ଆଫଗାନ ଛାଡିବା ପୂର୍ବରୁ ବିମାନକୁ ଅଚଳ କରିଦେଲା ଆମେରିକା : ୭୩ଟି ବିମାନ ଓ ୧୫୦ଟି ଯୁଦ୍ଧଯାନକୁ ସବୁଦିନ ପାଇଁ ଅକାମୀ କରିଦେଇଥିବା ସୂଚନା

ବିଳମ୍ବିତ ରାତିରେ କାବୁଲ ଏୟାରପୋର୍ଟରୁ ଉଡିଲା ଶେଷ ବିମାନ

868

କନକ ବ୍ୟୁରୋ : ଦୀର୍ଘ ୨୦ ବର୍ଷର ଲମ୍ବା ଯୁଦ୍ଧ ପରେ ଆମେରିକା ସେନା ସମ୍ପୂର୍ଣ୍ଣ ଭାବେ ଆଫଗାନ ଛାଡିଛନ୍ତି । ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆଫଗାନିସ୍ଥାନରେ ଆମେରିକା ପାଦ ରଖିଥିଲା । ଆମେରିକା ସେନ୍ୟ ଆଫଗାନିସ୍ଥାନ ଛାଡିବା ପରେ ଆମେରିକା ରାଷ୍ଟ୍ରପ୍ରତି ଜୋ ବାଇଡେନ କହିଛନ୍ତି ୨୦ ବର୍ଷର ଯୁଦ୍ଧ ଶେଷ ହୋଇଛି, ଆମେ ଏବେ ଆଫଗାନିସ୍ଥାନରେ ଫସି ରହିଥିବା ବାହାର ଦେଶର ନାଗରିକମାନଙ୍କୁ ବାହାରକୁ ଆଣିବାକୁ ଚେଷ୍ଟା ଚଳାଇଛୁ ।

ଏପଟେ ତାଲିବାନୀମାନେ ଆଫଗାନିସ୍ଥାର ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତି, ଆନ୍ତର୍ଜାତୀୟ ନେତାମାନଙ୍କୁ ବୟାନ ଏବଂ ଆଫଗାନିସ୍ଥାନର ଗ୍ରାଉଣ୍ଡ ଜିରୋର ସ୍ଥିତି ଅନୁଦ୍ଧାନ କରୁଛନ୍ତି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନଏସଏ, ଇଏମ ସମେତ ଉଚ୍ଚ ପଦସ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରି ଆଫଗାନରେ ଥିବା ଭାରତୀୟ ନାଗରିକମାନଙ୍କୁ ଫେରାଇ ଆଣିବା ଉପରେ ଗୁରୁତ୍ୱ ଦେଇଛନ୍ତି । ତେବେ ଆମେରିକା ପୂର୍ବତନ ରାଷ୍ଟ୍ରତି ଡୋନାଲ୍ଡ ଟ୍ରମ୍ପ ଏଭଳି ସୈନ୍ୟ ପ୍ରତ୍ୟାହର ନେଇ ଜୋ ବାଇଡେନ ସରକାରଙ୍କୁ ସମାଲୋଚନା କରିଛନ୍ତି । ଆମେରିକା ଇତିହାସରେ ଏଭଳି ସେନ୍ୟ ପ୍ରତ୍ୟାହାର କରିବା ଦେଖିବାକୁ ମିଳିନଥିଲା ।

ତେବେ ଆମେରିକା ଆଫଗାନକୁ ଦେଇଥିବା ସମସ୍ତ ଯୁଦ୍ଧାସ୍ତ୍ର ଫେରାଇ ଆଣିବାକୁ ଟ୍ରମ୍ପ କହିଛନ୍ତି । ଆମେରିକା ସେନା ପ୍ରତ୍ୟାହାର ହେବା ପରେ ତାଲିବାନୀ ମୁଖପାତ୍ର ଆଫଗାନିସ୍ଥାନ ସ୍ୱାଗତ ଜଣାଇଛନ୍ତି । ଆଜି ଆମେରିକା ସେନା ପ୍ରତ୍ୟାହାର କରିବା ବୋଲି ଘୋଷଣା କରିଥିଲେ ମଧ୍ୟ ଗୋଟିଏ ଦିନ ପୂର୍ବରୁ ସୋମବାର ବିଳମ୍ବିତ ରାତିରେ ଆମେରିକା ସେନା ପ୍ରତ୍ୟାହାର କରି ନେଇଥିଲା । ହେଲେ ଆମେରିକା ସେନାର ସହାୟତାରେ କାବୁଲ ବିମାନ ବନ୍ଦରରୁ ଦୁଇ ସପ୍ତାହ ମଧ୍ୟରେ ୧ ଲକ୍ଷ ୧୪ ହଜାର ଲୋକ ବାହାରକୁ ଯାଇଛନ୍ତି ।