ଆଫଗାନିସ୍ତାନରେ ପୁଣି ଘୁଂଚିଲା ତାଲିବାନର ସରକାର ଗଠନ 

ଶାସନ ବ୍ୟବସ୍ଥା ପରିଚାଳନା ପାଇଁ ଗଠନ ହେବ ଧାର୍ମିକ ପରିଷଦ; ସେପଟେ ସରକାର ଗଢିବା ଖୁସିରେ ତାଲିବାନୀଙ୍କ ଉତ୍ସବ ବେଳେ ଗଲା ୧୭ଜଣଙ୍କ ଜୀବନ, ଖୁସିରେ ଗୁଳି ଫୁଟାଉଥିଲେ ତାଲିବାନୀ

135

କନକ ବ୍ୟୁରୋ : ପୁଣି ଘୁଂଚିଲା ତାଲିବାନର ସରକାର ଗଠନ  । ଦୁଇ ତିନି ଦିନ ପରେ ସରକାର ଗଠନ ନେଇ ଘୋଷଣା କରାଯିବ । ସରକାର ଗଠନ ନେଇ ତାଲିବାନ ପକ୍ଷରୁ ବୈଠକ ହୋଇଥିଲା  । ବୈଠକରେ ଦୁଇ ତିନି ଦିନ ପରେ ସରକାର ଗଠନ ନେଇ ଘୋଷଣା କରାଯିବ ବୋଲି ନିଷ୍ପତି ହୋଇଛି  । ସେହି ଦିନ ସରକାରରେ ସାମିଲ ହେବାକୁ ଥିବା ଲୋକଙ୍କ ନାଁ ମଧ୍ୟ ଘୋଷଣା କରାଯିବ  । ତାଲିବାନ ନେତାଙ୍କ ସୂଚନା ଅନୁସାରେ ଶାସନ ବ୍ୟବସ୍ଥା ପରିଚାଳନା କରିବା ପାଇଁ ଧାର୍ମିକ ପରିଷଦ ଗଠନ ହେବ । ସେପଟେ କାବୁଲ ଏୟାରପୋର୍ଟରେ ଗତକାଲି ଫାୟାରିଂ ହୋଇଛି  । ପଞ୍ଜଶିର ଘାଟି କବ୍ଜା ଓ ସରକାର ଗଠନ ହେବା ପରେ ଖୁସିରେ ତାଲିବାନମାନେ ଫାଙ୍କା ଗୁଳି ଚାଳନା କରିଥିବା କୁହାଯାଉଛି  । ଏହି ଗୁଳିମାଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି  । ସେହିପରି ୪୧ ଜଣଙ୍କୁ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତି କରାଯାଇଛି  ।

ସେହିପରି ପଞ୍ଜଶିର ଘାଟି କବ୍ଜା କରିଥିବା ନେଇ ଦାବି କରିଛି ତାଲିବାନ  । ଜଣେ ତାଲିବାନ କମାଣ୍ଡର କହିଛନ୍ତି, ପୂରା ଆଫଗାନିସ୍ତାନ ଆମ କଂଟ୍ରୋଲରେ ରହିଛି  । ଅସୁବିଧା ସୃଷ୍ଟି କରୁଥିବା ଲୋକଙ୍କୁ ଆମେ କରାସ୍ତ କରିଛୁ ଓ ପଂଜଶିର କବ୍ଜା କରିଛୁ  । ବିରୋଧୀ ପରାଜିତ ହୋଇଛନ୍ତି ବୋଲି କହିଛନ୍ତି ତାଲିବାନ କମାଣ୍ଡର  । କିନ୍ତୁ ତାଲିବାନର ଏପରି ଦାବିକୁ ଖାରଜ କରିଛନ୍ତି ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ  । ଏବେ ବି ଯୁଦ୍ଧ ଚାଲିଥିବା କହିଛନ୍ତି ଅମରୁଲ୍ଲା ସାଲେହ । ସେ ପଞ୍ଜଶିରରେ ଅଛନ୍ତି ଓ ଦେଶ ମାତୃକାର ମର୍ଯ୍ୟାଦା ରକ୍ଷା ପାଇଁ ପ୍ରତିରୋଧ ଜାରି ରଖିବେ ବୋଲି କହିଛନ୍ତି  ।