ଆଫଗାନିସ୍ତାନରେ ଅର୍ଥନୈତିକ ସଂକଟ: ଖାଦ୍ୟ, ଔଷଧ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅଭାବ

188

କନକ ବ୍ୟୁରୋ: ଆଫଗାନିସ୍ତାନରେ ସରକାଗ ଗଢିଲା ତାଲିବାନ । ଇରାନ୍ ମଡେଲ୍ ଆଧାରରେ ତାଲିବାନର ନୂଆ ଶାସନ ବ୍ୟବସ୍ଥାର ରୂପରେଖ ପ୍ରସ୍ତୁତ କରାଯାଇଛି । ଆଉ ତାଲିବାନର ସହ ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନୀ ବରାଦର ହେବେ ଦେଶର ମୁଖ୍ୟ ।

ଆଫଗାନିସ୍ତାନରେ ତାଲିବାନ ଦଖଲ ପରେ ନୂଆ ସରକା ଗଠନ ହୋଇଛି । ଯାହାକୁ ନେଇ କାବୁଲରେ ନୂଆ ହୋର୍ଡିଂ ଜରିଆରେ ଦେଶବାସୀଙ୍କୁ ସୂଚନା ଦିଆଯାଇଛି । ତାଲିବାନର ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନ ସରକାର ଘୋଷଣା କରିଛି ତାଲିବାନ । ଆଉ ଏହି ସରକାରର ମୁଖ୍ୟ ହେବେ ତାଲିବାନର ସହ ପ୍ରତିଷ୍ଠାତା ମୁଲାହ ଅବଦୁଲ ଘନୀ ବରାଦର । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଇସଲାମିକ ଏମିରେଟ୍ ଅଫ୍ ଆଫଗାନିସ୍ତାନର ସାଂସ୍କୃତିକ ସଚିବ ଅମଦୁଲ୍ଲାହ ମୁତାକି । ତେବେ ନୂଆ ସରକାର ଗଠନ ନେଇ ଆନୁଷ୍ଠାନିକ ଭାବେ ଘୋଷଣା ହେବା ବାକି ଅଛି ।

ସେପଟେ କ୍ଷମତା ବଂଟନ ନେଇ ତାଲିବାନ ଭିତରେ କିଛିଟା ବିଭେଦ ଥିବା କଥା ସାମ୍ନାକୁ ଆସୁଛି । ସର୍ବୋଚ୍ଚ ନେତା ମୁଲ୍ଲା ଅଖୁନ୍ଦଜାଦାଙ୍କ ହାତରେ ସମସ୍ତ ସରକାରୀ ଓ ଧାର୍ମିକ କ୍ଷମତା ରହିବା ନେଇ ପୂର୍ବରୁ କୁହାଯାଉଥିଲା । ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ତାଙ୍କ ଅଧିନରେ ରହିବେ ବୋଲି ମଧ୍ୟ ସୂଚନା ମିଳୁଥିଲା । ହେଲେ ଏବେ ସୂଚନା ମିଳିଛି ମୁଲ୍ଲା ବରାଦର ସରକାର ମୁଖ୍ୟ ହୋଇଛନ୍ତି ।

– ସରକାରରେ ସିରାଜୁଦ୍ଦିନ ହକ୍କାନୀଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବେ
– ଯେପରି ସରିଆ ଆଇନ ହିସାବରେ ସରକାର ଚାଲିବ ସେହି ଦାୟିତ୍ୱ ହିବତୁଲ୍ଲାହ ଅଖୁନ୍ଦଜାଦାଙ୍କୁ ଦିଆଯିବ
– ବୈଦେଶିକ ମନ୍ତ୍ରୀ ହେବେ ମହମ୍ମଦ ୟାକୁବ
– କାବୁଲ ପୂର୍ବପରି ଆଫଗାନିସ୍ତାନର ରାଜଧାନୀ ରହିବ
– ତାଲିବାନ ପକ୍ଷରୁ ପ୍ରତ୍ୟେକ ପ୍ରଦେଶର ଗଭର୍ଣ୍ଣର, ପୋଲିସ ମୁଖ୍ୟ ଓ ଜିଲ୍ଲାର ପୋଲିସ କମାଣ୍ଡଙ୍କୁ ନିଯୁକ୍ତି ଦିଆସରିଛି

ସରକାର ଗଠନ ପରେ ଆଗକୁ ତାଲିବାନ ପାଇଁ ବଡ ଚ୍ୟାଲେଂଜ ହେବ ଦେଶରେ ଆର୍ଥିକ ସ୍ଥିତିକୁ ସୁଧାରିବା । ତାହା ସହ ଆଫଗାନିସ୍ତାନରେ ଖାଦ୍ୟ ସଂକଟ ଦୂର କରିବା ବି ପ୍ରଥମ ଚ୍ୟାଲେଂଜ ହେବ । ଦେଶ ଚଳାଇବାକୁ ଆବଶ୍ୟକ ଅର୍ଥ ତାଲିବାନ କେମିତି ଯୋଗାଡ଼ କରିବ, ସେନେଇ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ହୋଇପାରିନି । ଆଫଗାନିସ୍ତାନ ବ୍ୟାଙ୍କ ଓ ଅନ୍ୟ କେତେକ ଆର୍ଥିକ ସଂସ୍ଥାରେ ଅର୍ଥ ଉପରେ ଆମେରିକା ସରକାର କେତେକ କଟକଣା ଲଗାଇ ସାରିଛନ୍ତି । ଏହା ଭିତରେ ୟୁଏଇ ତରଫରୁ ଆଫଗାନିସ୍ତାନବାସୀଙ୍କ ପାଇଁ ଖାଦ୍ୟ ଓ ଔଷଧ ସାହାଯ୍ୟ ଯୋଗାଇ ଦିଆଯାଇଛି ।