୨୦୦ ଆମେରିକୀୟଙ୍କ ସମେତ ଆଫଗାନିସ୍ତାନରେ ଫସି ରହିଥିବା ଅନ୍ୟ ବିଦେଶ ନାଗରିକ ଆଫଗାନିସ୍ତାନ ଛାଡ଼ିବେ। ବିଦେଶ ନାଗରିକମାନେ ଆଫଗାନିସ୍ତାନ ଛାଡ଼ିବାପାଇଁ ତାଲିବାନ ସରକାର ଅନୁମତି ଦେବାପରେ ସେମାନଙ୍କ ବିମାନ କାବୁଲ ବିମାନବନ୍ଦରରୁ ଉଡ଼ିବ। ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ଜଲ୍ମେ ଖଲିଜାଦଙ୍କ କଥାରେ ତାଲିବାନ ସରକାର ଏଥିପାଇଁ ରାଜି ହୋଇଛନ୍ତି ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି ।
ତେବେ ମଜର ଇ ସରିଫ୍ରେ ଫସିଥିବା ଆମେରିକା ନାଗରିକ ଏମାନଙ୍କ ମଧ୍ୟରେ ସାମିଲ କି ନା’ ତାହା ଜଣାପଡ଼ିନି। ସମସ୍ତ ଯାତ୍ରୀଙ୍କ ନିକଟରେ ବୋର୍ଡିଂ ପାସ୍ ଏବଂ ଟିକେଟ୍ ଅଛି । ଏହାକୁ ଚାର୍ଟର ଏବଂ ବାଣିଜ୍ୟିକ ବିମାନ ବି କୁହାଯାଇପାରିବ । ଆଜି ଗୋଟିଏ ବିମାନ ଉଡ଼ିବ ଏବଂ ଆସନ୍ତାକାଲି ଆଉ ଏକ ବିମାନ ଉଡ଼ିବ । ଅନ୍ୟପକ୍ଷେ କତାର, ତୁର୍କୀ, ଏବଂ ୟୁଏଇର ସହଯୋଗ ଦ୍ବାରା ଆସନ୍ତା ୩ ଦିନ ମଧ୍ୟରେ କାବୁଲ ବିମାନବନ୍ଦରରୁ ବିମାନ ଉଡ଼ିବ ବୋଲି କୁହାଯାଉଛି । ହମିଦ କରଜାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଫଗାନ ଇଂଜିନିୟରଙ୍କ ସହ କତାର ଏବଂ ତୁର୍କୀର ଟେକ୍ନିକାଲ୍ ଟିମ୍ କାମ କରୁଛନ୍ତି । ମିଳିଥିବା ସୂଚନାନୁଯାୟୀ କତାର ଏବଂ ୟୁଏଇ ଦ୍ବାରା ବଡ଼ ସ୍କ୍ରିନ୍, କମ୍ପ୍ୟୁଟର, ସ୍କାନର ଏବଂ ଅନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସବୁ ଦିଆଯାଇଛି । ସୂଚନାନୁଯାୟୀ ଆମେରିକାର ଉଦ୍ଧାର କାର୍ଯ୍ୟ ମଧ୍ୟରେ କାବୁଲ୍ ବିମାନବନ୍ଦରରେ ୨ କୋଟି ଡଲାର୍ ମୂଲ୍ୟର କ୍ଷତି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/82b03381ce0ff37aa2f72aa5109a70c0.jpg)