ଆଫଗାନିସ୍ତରୁ ଆମେରିକୀୟଙ୍କୁ ଏୟାରଲିଫ୍ଟ କରିବା ନେଇ ତାଲିବାନକୁ ଅଧିକ ସମୟ ମାଗିଲା ଆମେରିକା । ଅଗଷ୍ଟ ୩୧ ସୁଦ୍ଧା ଆଫଗାନ୍ ମାଟିରେ ସରୁଛି ଆମେରିକାର ଡେଡଲାଇନ୍

277

କନକ ବ୍ୟୁରୋ: ଆଫଗାନିସ୍ତାନରୁ ଆମେରିକୀୟଙ୍କୁ ଏୟାରଲିଫ୍ଟ କରିବା ନେଇ ତାଲିବାନକୁ ଅଧିକ ସମୟ ମାଗିଲା ଆମେରିକା । ଏନେଇ ୟୁଏସ ଇଣ୍ଟେଲିଜେନ୍ସ ଏଜେନ୍ସି ବା ସିଆଇଏ ମୁଖ୍ୟ ୱିଲିଅମ୍ ବର୍ଣ୍ଣସ୍ ତାଲିବାନର ସହ ପ୍ରତିଷ୍ଠାତା ମୁଲାହ ବାରଦାରଙ୍କ ସହ ଏକ ଗୁପ୍ତ ସ୍ତରୀୟ ବୈଠକରେ ଆଲୋଚନା କରିଛନ୍ତି । ୱାସିଂଟନ ପୋଷ୍ଟର ଏକ ରିପୋର୍ଟ ଅନୁସାରେ କାବୁଲରେ ବାରଦାରଙ୍କୁ ଭେଟି ଆଫଗାନିସ୍ତାନରୁ ଆମେରିକୀୟଙ୍କ ଉଦ୍ଧାର ନେଇ ଆଲୋଚନା କରିଛନ୍ତି ବର୍ଣ୍ଣସ୍ । ବାଇଡେନଙ୍କୁ ପ୍ରମୁଖ ପରାମର୍ଶଦାତା ଭାବେ ଜଣାଯାଉଥିବା ୱିଲିଅମ୍ ବର୍ଣ୍ଣସଙ୍କ ତାଲିବାନ ସହ ଆଲୋଚନା ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି । ଅଗଷ୍ଟ ୩୧ରେ ଆଫଗାନ୍ ମାଟିରେ ସରୁଛି ଆମେରିକାର ଡେଡଲାଇନ୍  ଆଉ ଏହା ପୂର୍ବରୁ ଆମେରିକା ସେନାକୁ ଏୟାରପୋର୍ଟ ନ ଛାଡିଲେ ପରିଣାମ ଖରାପ ହେବ ବୋଲି ତାଲିବାନ ଚେତାବନୀ ଦେଇଛି । ତେବେ ଅଗଷ୍ଟ ୩୧ ଭିତରେ ସମସ୍ତ ଆମେରିକୀୟଙ୍କୁ ଉଦ୍ଧାର ସମ୍ଭବ କି ନାହିଁ ତାହା ଏକ ବଡ ପ୍ରଶ୍ନ । ବର୍ତ୍ତମାନ ସୁଦ୍ଧା ଆଫଗାନରୁ ୫୦ ହଜାର ଜଣଙ୍କୁ ଉଦ୍ଧାର କରା ସରିଲାଣି ଆଉ ଏହାକୁ ନେଇ ସିଆଇଏ ପ୍ରମୁଖ ତାଲିବାନ ସହ ପ୍ରତିଷ୍ଠାତାଙ୍କ ସହ ଆଲୋଚନା କରିଛନ୍ତି ।