କନକ ବ୍ୟୁରୋ : ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ଅନେକ ଲୋକ ଦେଶ ଛାଡି ଅନ୍ୟତ୍ର ଚାଲି ଯାଇଛନ୍ତି । ତାଲିବାନ ଶାସନରେ ଚଳିବା ବେଶ କଷ୍ଟକର ଜାଣିବା ପରେ ଅନେକ ଆଫଗାନିସ୍ତାନ ବାସୀ ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି । ଯେଉଁମାନଙ୍କ ମଧ୍ୟରେ ଅନେକ ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟର ଲୋକ ରହିଛନ୍ତି । ଆଉ ଏସବୁ ଭିତରେ ତାଲିବାନ ଏକ ନୂଆ ବୟାନ ଜାରି କରିଛି । ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଆଫଗାନିସ୍ତାନରେ ଏବେ ସୁରକ୍ଷା ସ୍ଥିତିରେ ଯଥେଷ୍ଟ ସୁଧାର ଆସିଛି । ତେଣୁ ଦେଶରୁ ଚାଲି ଯାଇଥିବା ହିନ୍ଦୁ ଓ ଶିଖ୍ ପରିବାର ପୁଣିଥରେ ଆଫଗାନିସ୍ତାନ ଫେରି ଆସନ୍ତୁ ବୋଲି କହିଛି ତାଲିବାନ ।
ତାଲିବାନର ସରକାରଙ୍କ ଅଧିକାରୀ ଥିବା ମୁଲ୍ଲା ଅବଦୁଲ ବସି କାବୁଲରେ ଥିବା ହିନ୍ଦୁ ଓ ଶିଖ୍ ସମ୍ପ୍ରଦାୟର ନେତୃତ୍ୱଙ୍କୁ ଭେଟି ଆଲୋଚନା ପରେ ଏଭଳି ବୟାନ ରଖିଛନ୍ତି । ସେ କହିଛନ୍ତି, ଯେଉଁମାନେ ସୁରକ୍ଷା କାରଣରୁ ଆଫଗାନିସ୍ତାନ ଛାଡିଥିଲେ ସେମାନେ ତୁରନ୍ତ ଆଫଗାନିସ୍ତାନକୁ ଫେରି ଆସନ୍ତୁ । କାରଣ ଏବେ ଦେଶରେ ସୁରକ୍ଷା ବ୍ୟବସ୍ଥା ବେଶ ସୁଦୃଢ ହୋଇଛି । ଗତ ୧୮ ଜୁନରେ ଆଇଏସ ଦ୍ୱାରା ଗୁରୁଦ୍ୱାରା ଉପରେ ଆକ୍ରମଣ ହୋଇଥିବା ବେଳେ ତୁରନ୍ତ ଏହାର ପ୍ରତିଜବାବ ଦେଇଥିଲା ତାଲିବାନ ସରକାର । ଏପରିକି ଆଇଏସ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/07/20210909-afghan-taliban-govt-1-ac.jpg)