କନକ ବ୍ୟୁରୋ: ଆଫଗାନିସ୍ତାନର ପଞ୍ଜଶୀର ପ୍ରଦେଶ ସମ୍ପୂର୍ଣ୍ଣ ଦଖଲ କରିଥିବା ନେଇ ଦାବି କରିଛି ତାଲିବାନ । ଏହା ପରେ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶୀର ଗଭର୍ଣ୍ଣର ଅଫିସ୍ ଆଗରେ ନିଜର ପତାକା ଉଡାଇଛନ୍ତି । ଆତଙ୍କବାଦୀମାନେ ରାଜଭବନ ଆଗରେ ଏକାଠି ହୋଇ ଧଳା ରଙ୍ଗର ପତାକା ଉଡାଇଛନ୍ତି । ଧଳା ରଙ୍ଗର ପତାକା ଉଡାଉଥିବାର ଭିଜୁଆଲ ଏବେ ସାମ୍ନାକୁ ଆସିଛି । ଏହା ସହ କିଛି ଫଟୋ ମଧ୍ୟ ଆସିଛି, ଯେଉଁଥିରେ ତାଲିବାନ ଆତଙ୍କବାଦୀମାନେ ପଞ୍ଜଶିର ରାଜଭବନ ଆଗରେ ଛିଡ଼ା ହୋଇଥିବାର ଦେଖିବାକୁ ମିଳିଛି । ଏହା ପରେ ନର୍ଦ୍ଦନ ଏଲାଏନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।
The flag of the Islamic Emirate was hoisted over the governor's office. The short mountain militia was defeated.#Panjshir#Panjsherpic.twitter.com/1kaHanJiIl
— Zeeshan Khan (@JawadAh65080301) September 6, 2021
ତାଲିବାନୀମାନେ ଅମରୁଲ୍ଲା ସାଲେହଙ୍କ ଘରକୁ ହେଲିକପ୍ଟର ଦ୍ୱାରା ଆକ୍ରାମଣ କରିଥିଲେ । ଅମରୁଲ୍ଲା ସାଲେହ କୌଣସି ଏକ ସୁରକ୍ଷିତ ସ୍ଥାନକୁ ପଳାଇଯାଇଛନ୍ତି । ସେହିପରି ଆକ୍ରମଣରେ ରେଜିଷ୍ଟାନ୍ସ ଫ୍ରଂଟର ପ୍ରବକ୍ତା ଫହିମ ଦସ୍ତିର ମଧ୍ୟ ମୃତ୍ୟୁ ହୋଇଛି । ଆକ୍ରମଣରେ ଜେନେରାଲ ଅବଦୁଲ ବୁଦୁଦ ଜାରାର ବି ମୃତ୍ୟୁ ହୋଇଥିବା କୁହାଯାଉଛି । ରେଜିଷ୍ଟାନ୍ସ ଫ୍ରଂଟ ପକ୍ଷରୁ ଏନେଇ ଟ୍ୱିଟ୍ କରି ସୂଚନା ଦିଆଯାଇଥିଲା । ଏହା ପରେ ଅସ୍ତ୍ରବିରତି ଆହ୍ୱାନ ଦେଇଥିଲା ବିଦ୍ରୋହୀ ସେନା ।
ଯୁଦ୍ଧ ଶେଷ କରି କଥାବାର୍ତ୍ତା କରିବାକୁ ଆହ୍ୱାନ୍ ଦେଇଥିଲେ ଅହମ୍ମଦ ମାସୁଦ । ଯାହାକୁ ପ୍ରତ୍ୟାଖ୍ୟାନ କରିଥିଲା ତାଲିବାନ । ତାଲିବାନ ମୁଖପାତ୍ର ଦାବି କରିଥଇଲେ କି ପ୍ରମୁଖ ଜିଲ୍ଲାଗୁଡିକ ଦଖଲ କରିନେବା ସହ ପଞ୍ଜଶୀରର ରାଜଧାନୀ ବାଜାରାକ୍ ମଧ୍ୟକୁ ପ୍ରବେଶ କରିଛନ୍ତି । ଆମେରିକା ଛାଡି ଯାଇଥିବା ଅସ୍ତ୍ରଶସ୍ତ୍ରକୁ ବ୍ୟବହାର କରି ତାଲିବାନ ପଞ୍ଜଶୀର ଦଖଲ କରିଥିବା କୁହାଯାଉଛି । ତାଲିବାନକୁ ସାହଯ୍ୟ କରିବାକୁ ପାକିସ୍ତାନ ହଜାର ହଜାର ଆତଙ୍କୀ ପଠାଇଛି ।