ଅସଲ ଚରିତ୍ର ଦେଖାଉଛି ତାଲିବାନ । ବଦଳାଇଲା ମହିଳା ମନ୍ତ୍ରାଳୟର ନାମ । ଜାଣନ୍ତୁ, କଣ ରହିଲା ନୂଆ ନାଁ?

160

କନକ ବ୍ୟୁରୋ: ଇସଲାମ ଧର୍ମର କଠୋର ବାଖ୍ୟାକୁ କାର୍ଯ୍ୟକାରୀ କରିବାକୁ ଯାଇ ଆଫଗାନିସ୍ତାନରେ ତାଲିବାନ ଶାସକ ମହିଳା ମନ୍ତ୍ରଣାଳୟର ନାଁକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରିଦେଇଛି । ମହିଳା ମନ୍ତ୍ରଣାଳୟର ନାମ ପରିବର୍ତ୍ତନ କରି ‘ପୁଣ୍ୟ ପ୍ରୋତ୍ସାହନ-ପାପ ଦୂରୀକରଣ’ ମନ୍ତ୍ରଣାଳୟ ଭାବେ ନାମିତ କରିଛି ତାଲିବାନ । ଏବେ ଏହି ମନ୍ତ୍ରଣାଳୟ କେବଳ ମହିଳାମାନଙ୍କ ଉପରେ ନଜର ରଖିବ । ମହିଳାମାନଙ୍କର କାର୍ଯ୍ୟକଳାପ, ଗତିବିଧି ଉପରେ ନଜର ରଖିବା ସହ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିବ । ସରିଆ ଆଇନ ଅନୁସାରେ ମହିଳାଙ୍କ ସ୍ୱାଧୀନତା କାର୍ଯ୍ୟକାରୀ ହେବ ବୋଲି ଏହି ନୂତନ ମନ୍ତ୍ରଣାଳୟ ପାଇଁ ଗଠିତ କମିଟି ପକ୍ଷରୁ କୁହାଯାଇଛି । ତାଲିବାନ ସରକାରର ଏହି ନିଷ୍ପତ୍ତି ପରେ ଆଫଗାନିସ୍ତାନ ପୁଣି ୧୯୯୦ ଦଶକକୁ ଫେରିଯାଇଛି । ଯେତେବେଳେ ମହିଳାଙ୍କ ଉପରେ କଠୋର ପ୍ରତିବନ୍ଧକ ଲଗାଯାଇଥିଲା ।