କନକ ବ୍ୟୁରୋ : କନକ ବ୍ୟୁରୋ : ପୁରା ବିଶ୍ୱରେ ଦିନକୁ ଦିନ ଆତଙ୍କୀ ସଂଗଠନ ସକ୍ରିୟ ହେବାରେ ଲାଗିଛି । କେଉଁଠି ଧାର୍ମିକସ୍ଥଳ ତ କେଉଁଠି ଜନଗହଳି ସ୍ଥାନ, ଆତଙ୍କୀଙ୍କ ନିସାନାରେ ରହୁଛି । ଆଉ ଏହାରି ଭିତରେ ଆଫଗାନିସ୍ତାନରୁ ଆସିଛି ଆତଙ୍କୀ ହାମଲାର ବଡ ଖବର । ରବିବାର ଆଫଗାନିସ୍ତାନର ଗଜନୀ ନିକଟରେ କାର ବୋମା ବିସ୍ଫୋରଣ କରାଇଛି ତାଲିବାନ୍ । ଏହି ବିସ୍ଫୋରଣରେ ପାଖାପାଖି ୮ ଆଫଗାନ ସୁରକ୍ଷାକର୍ମୀଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଏଥିରେ ଆହତ ହୋଇଥିବା ସୂଚନା ମିଳିଛି । ରବିବାର ସକାଳେ ଗଜନୀ ସହରରେ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (ଏନ୍ଡିଏମସ୍) ପରିସର ନିକଟରେ ବୋମା ବିସ୍ଫୋରଣ କରିଥିବା ସ୍ୱୀକାର କରିଛି ତାଲିବାନ୍ । ତାଲିବାନ୍ ପ୍ରବକ୍ତା ଜବିହୁଲ୍ଲାହା ମୁଜାହିଦ ଏକ ବୟାନ୍ରେ କହିଛନ୍ତି, ଏହି ବିସ୍ଫୋରଣରେ ୧୨ରୁ ଅଧିକ ରାଷ୍ଟ୍ରୀୟ ସୁରକ୍ଷା ନିର୍ଦ୍ଦେଶାଳୟ (ଏନ୍ଡିଏସ୍)ର ଅଧିକାରୀଙ୍କ ମୃତ୍ୟୁ ଘଟିଛି ନହେଲେ ଗୁରୁତର ହୋଇଛନ୍ତି ।
ଗଜନୀର ପ୍ରାନ୍ତୀୟ ସରକାରର ଜଣେ ପ୍ରବକ୍ତା ଆରିଫନୁରିଙ୍କ କହିବାନୁସାରେ, ବିସ୍ଫୋରଣରେ ଏନ୍ଡିଏସ୍ର ଆଠ ଜଣ ସଦସ୍ୟ ଓ ଚାରି ନାଗରିକଙ୍କ ମୃତ୍ୟୁ ହୋଇଛି । ଏଥିରେ ୫୦ ଜଣ ନାଗରିକ ଗୁରୁତର ହୋଇଥିବା ବି ଜଣାପଡ଼ିଛି । ଗୁରୁତର ଆହତ ହୋଇଥିବା ଲୋକଙ୍କୁ ବିଭିନ୍ନ ହସ୍ପିଟାଲ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ବିସ୍ଫୋରଣ ଆତ୍ମଘାତୀ ଆକ୍ରମଣକାରୀ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇ ପାରି ନଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/resized_e2f5f-2018-12-06t084706z_140312032_rc1c2e7fe070_rtrmadp_3_afghanistan-security.jpg)