କନକ ବ୍ୟୁରୋ: ତାଲିବାନୀଙ୍କ ଆଫିଗାନିସ୍ତାନ ଦଖଲ ପରେ ମହିଳାଙ୍କ ଅବସ୍ଥା ଶୋଚନୀୟ ହୋଇପଡିଛି । ଆଫଗାନିସ୍ତାନ ଛାଡିଥିବା ସାମ୍ବାଦିକ ହୋଲି ମାକେ ବର୍ଣ୍ଣାନ କରିଛନ୍ତି ଯେ, ଆଫଗାନିସ୍ତାନରେ ତାଲିବାନୀଙ୍କ କବଜା ପରେ କିପରି ଆଫଗାନ ବାସୀଙ୍କ ଏବଂ ବିଶେଷ ଭାବରେ ମହିଳା ମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡିଛି । ହୋଲି ମାକେଙ୍କ ସୂଚନା ଅନୁଯାୟୀ ଗତ ଅଗଷ୍ଟ ୧୫ତାରିଖରେ ତାଲିବାନୀ କାବୁଲ କବଜା କରିବା ପରେ ଘରକୁ ଘର ବୁଲି ଝିଅ ଖୋଜୁଛନ୍ତି ତାଲିବାନୀ ।
ବିଶେଷ ଭାବରେ ୧୫ବର୍ଷରୁ ଅଧିକ ବୟସର ଝିଅଙ୍କୁ ନିଜ ସହ ନେଇଯାଉଛନ୍ତି ତାଲିବାନୀ । ହୋଲି ମାକେ ଆଫଗାନିସ୍ତାନ ଛାଡିବାରେ ସଫଳ ହୋଇଥିବା ବେଳେ ତାଙ୍କ ପଛରେ ରହିଯାଇଥିବା ତାଙ୍କ ବନ୍ଧୁମାନେ ଆତଙ୍କ ଭିତରେ ଦିନ କାଟୁଛନ୍ତି । ଆଫଗାନିସ୍ତାନ ଉପରେ ତାଲିବାନର କବ୍ଜା ପରେ କାବୁଲ ଛାଡି ପଳାୟନ କରିଥିଲେ ହଜାର ହଜାର ଲୋକ । ତାଲିବାନୀଙ୍କ ଭୟରେ ଦେଶ ଛାଡି ଚାଲିଯାଇଥିଲେ । ତାଲିବାନୀ ଆତଙ୍କବାଦୀଙ୍କ ଭୟରେ ହଜାର ହଜାର ଲୋକ ଦେଶ ଛାଡି ଥିବା ବେଳେ ବାହା ହେବା ପାଇଁ ଘରକୁ ଘର ବୁଲି ଝିଅ ଖୋଜୁଛନ୍ତି ତାଲିବାନୀ ।
ତାଲିବାନୀଙ୍କ ଆଫଗାନିସ୍ତାନ କବଜା ପରେ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଥିଲା । ଠପି ପଡିଯାଇଥିଲା ସାରା ଦେଶ । କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ୟାଙ୍କ, ସମେତ ଦୋକାନ ବଜାର ସବୁ ବନ୍ଦ ହୋଇଯାଇଥିଲା । ଏହାରି ଭିତରେ ହଜାର ହଜାର ଲୋକ ଦେଶ ଛାଡିଥିବାବେଳେ ଏବେ ମହିଳାଙ୍କ ଅବସ୍ଥା ଆହୁରୀ ଶୋଚନୀୟ ହୋଇପଡିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/7-24.jpg)