କନକ ବ୍ୟୁରୋ : ଆଫଗାନିସ୍ତାନରେ କଣ ରହିବ ତାଲିବାନୀ ସରକାରଙ୍କ ନୀତି । ସରକାର ଗଠନ ନେଇ ଘୋଷଣା କରିବା ସହ ନୂଆ ନୀତି ଘୋଷଣା କରିଛି ତାଲିବାନ । ନୂଆ ନୀତି ଘୋଷଣା କରି ତାଲିବାନୀମାନେ କହିଛନ୍ତି, କେହି ଭବିଷ୍ୟତକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ । ସେପଟେ ତାଲିବାନ ସରକାରକୁ ନେଇ ଆମେରିକାରେ ତୀବ୍ର ପତିକ୍ରିୟା ପ୍ରକାଶ ପାଇଛି । ଆମେରିକା ଆଇନ ପ୍ରଣେତା କହିଛନ୍ତି, ତାଲିବାନ ସରକାର ହେଉଛି, ଆତଙ୍କବାଦୀଙ୍କ ସରକାର । ଆତଙ୍କବାଦୀ ଦ୍ୱାରା ଆତଙ୍କବାଦୀଙ୍କ ପାଇଁ । ତେବେ ପୂର୍ବରୁ ଯେଉଁମାନେ ଆତଙ୍କବାଦୀ ଥିଲେ ସେମାନେ ଏବେ ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଛନ୍ତି । ଜାଣନ୍ତୁ ସେମାନେ କିଏ ?
ଅବଦୁଲ ଘନି, ଉପ ପ୍ରଧାନମନ୍ତ୍ରୀ
- ତାଲିବାନୀ ସଂଗଠନ ଆରମ୍ଭ କରିଥିବା ମୁଲ୍ଲା ଉମରର ନିକଟତର
- ୨ ଦଶନ୍ଧି ଧରି ତାଲିବାନୀଙ୍କୁ ଏକାଠି କରିବାରେ ପ୍ରମୁଖ ଭୂମିକା
- ଦୀର୍ଘ ଦିନ ଧରି ପାକିସ୍ତାନ ଜେଲରେ ବନ୍ଦୀ ଥିଲା
- ୟୁଏନ୍ ଦ୍ୱାରା ଜାରି ତାଲିକାରେ ଆତଙ୍କବାଦୀ
ଅବଦୁଲ ସଲାମ ହନାଫି, ଉପ ପ୍ରଧାନମନ୍ତ୍ରୀ
- ୟୁଏନ୍ ଦ୍ୱାରା ଜାରି ତାଲିକାରେ ଆତଙ୍କବାଦୀ
- ଡ୍ରଗ୍ସ କାରବାରରେ ସାମିଲ ଥିଲା
- ତାଲିବାନର ପୂରା ଦ୍ୱାୟିତ୍ୱ ସମ୍ଭାଳୁଥିଲା
- ତାଲିବାନର ପୂର୍ବ ସରକାରରେ ଶିକ୍ଷା ମନ୍ତ୍ରୀ ଥିଲା
ଅମୀର ଖାନ୍ ମୁତାକି, ବୈଦେଶିକ ମନ୍ତ୍ରୀ
- ତାଲିବାନର ପୂର୍ବ ସରକାରରେ ବି ମନ୍ତ୍ରୀ ଥିଲା
- ଆମେରିକା ସହ କଥାବାର୍ତ୍ତା ପାଇଁ ହୋଇଥିବା ଟିମ୍ରେ ସାମିଲ ଥିଲା
- ୟୁଏନ ଦ୍ୱାରା ଜାରି ଆତଙ୍କବାଦୀ ତାଲିକାରେ ନାଁ ରହିଛି
ମୁଲ୍ଲା ମହମ୍ମଦ ହସନ ଅଖୁନ୍ଦ, ପ୍ରଧାନମନ୍ତ୍ରୀ
- ସଶସ୍ତ୍ର ସଂଗ୍ରାମର ପ୍ରତିଷ୍ଠାତାଙ୍କ ମଧ୍ୟରୁ ଅନ୍ୟତମ
- ସାମରିକ ଶକ୍ତି ଅପେକ୍ଷା ଜଣେ ଧାର୍ମିକ ନେତା ଭାବେ ଜଣାଶୁଣା
- ୯/୧୧ ସମୟର ଟପ୍ ତାଲିବାନୀ ନେତା
- ବମିୟାନରେ ବୁଦ୍ଧ ପ୍ରତିମୂର୍ତ୍ତି ଭାଙ୍ଗିବା ଅଭିଯୋଗ
- ପୂର୍ବତନ ତାଲିବାନ ମୁଖ୍ୟ ମୁଲ୍ଲା ଉମର ଥିଲା ପରାମର୍ଶଦାତା
ସରାଜୁଦ୍ଦିନ୍ ହକ୍କାନୀ, ଗୃହ ମନ୍ତ୍ରୀ
- ହକ୍କାନୀ ନେଟୱର୍କ ଆରମ୍ଭ କରିଥିବା ଜଲ୍ଲାଲୁଦ୍ଦିନ୍ର ପୁଅ
- ୟୁଏନ ଦ୍ୱାରା ଜାରି ତାଲିକାରେ ଆତଙ୍କବାଦୀ
- ୨୦୧୬ରେ ତାଲିବାନର ପ୍ରମୁଖ ନେତା ହୋଇଥିଲା
- ଆମେରିକା ସରାଜୁଦ୍ଦିନ୍ ପାଇଁ ୭୩ କୋଟି ଟଙ୍କାର ପୁରସ୍କାର ରଖିଛି
- ଏଫ୍ଆଇବି ତାଲିକାରେ ମୋଷ୍ଟ ୱାଣ୍ଟେଣ୍ଡ ଆତଙ୍କବାଦୀ
ୟାକୁବ୍ ମୁଜାହିଦ୍, ପ୍ରତିରକ୍ଷା ମନ୍ତ୍ରୀ
- ତାଲିବାନର ପ୍ରତିଷ୍ଠାତା ମୁଲ୍ଲା ଉମରର ପୁଅ
- ତାଲିବାନର ପ୍ରମୁଖ କମାଣ୍ଡର ଥିଲା ୟାକୁବ୍
- ୟାକୁବ୍ର ତତ୍ତ୍ୱାବଧାନରେ ଯୁଦ୍ଧ କରାଯାଉଥିଲା
- ଦୀର୍ଘ ଦିନ ଧରି କାନ୍ଦାହାରର ମୋର୍ଚ୍ଚା ସମ୍ଭାଳିଥିଲା