ପଂଜସିର ସେନା ଆକ୍ରମଣରେ ୩୦୦ ତାଲିବାନୀ ନିହତ, ଆତ୍ମସମର୍ପଣ ନକରିବା ଜିଦରେ ଅଟଳ ଅହମ୍ମଦ ମାସୁଦ୍

664

କନକ ବ୍ୟୁରୋ: ପଂଜସିର୍ ଆଡକୁ ଅଗ୍ରସର ହେଉଥିବା ତାଲିବାନୀଙ୍କ ଉପରେ ବଗଲାନ୍ ନିକଟରେ ଅତର୍କିତ ଆକ୍ରମଣ ହେବାରୁ ୩୦୦ ତାଲିବାନୀ ଆତଙ୍କବାଦୀ ନିହତ ହୋଇଛନ୍ତି । ଅନ୍ୟ କିଛି ଆତଙ୍କବାଦୀଙ୍କୁ ବନ୍ଦୀ କରାଯାଇଥିବା ବିବିସି ପ୍ରକାଶ କରିଛି । ଅନ୍ୟପଟେ ତାଲିବାନର ଧମକ ପରେ ବି ଆତ୍ମସମର୍ପଣ କରିବାକୁ ରୋକଠୋକ ମନା କରିଛନ୍ତି ପଂଜସିରରେ ଥିବା ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲାହ୍ ସଲେହ୍ ଓ ସେଠିକାର ନେତା ଅହମ୍ମଦ ମାସୁଦ୍ ।

ସୂଚନା ମୁତାବକ, ତାଲିବାନ ବିରୋଧୀ ସେନା ଆଫଗାନିସ୍ତାନର ଉତ୍ତରରେ ଥିବା ବଗଲାନ୍ ଓ ପଂଜସିରରୁ ତାଲିବାନକୁ ତଡିବାକୁ ସମର୍ଥ ହୋଇଥିଲେ । ଏହି ସେନା ପୁଲ-ଏ-ହିସାର, ଦେହ-ସଲାହ ଓ ବାନୁ ଜିଲ୍ଲାକୁ ନିଜ ଅକ୍ତିଆରରେ ରଖିଥିଲେ । ହେଲେ ଗତ ଶୁକବ୍ରାର ତାଲିବାନ୍ ବାନୁ ଜିଲ୍ଲାକୁ କବଜା କରିବା ପରେ ଅନ୍ୟ ଦୁଇଟି ଜିଲ୍ଲା କବଜା କରିବାକୁ ପ୍ରସ୍ତୁତି କରୁଛି । ହେଲେ ତାଲିବାନର ଏହି ଯୋଜନା ସଫଳ ହେବ ନାହିଁ ବୋଲି ବୋଲି ଚେତାଇ ଦେଇଛନ୍ତି ଅମରୁଲାହ ।

ଏହାସତ୍ୱେ ପଂଜସିର ଚାରିପଟେ ତାଲିବାନ ନିଜ ସେନା ଘେରାଉ କରିଥିବା ସୂଚନା ରହିଛି । ଅନ୍ୟପଟେ ପଂଜସିରର ନେତା ଅହମ୍ମଦ ସାହା ମସୁଦଙ୍କ ପୁଅ ଅହମ୍ମଦ ସାହ ନିଜ କ୍ଷେତ୍ରକୁ ନଛାଡିବାକୁ ଘୋଷଣା କରିଛନ୍ତି । ସେମାନେ ଯୁଦ୍ଧ ଚାହାଁନ୍ତି ନାହିଁ । କିନ୍ତୁ ତାଲିବାନ ସହ ଅଲୋଚନା ଯଦି ବିଫଳ ହୁଏ ତାହାଲେ ଯୁଦ୍ଧକୁ ଟାଳିହେବ ନାହିଁ ବୋଲି ଅହମ୍ମଦ କହିଛନ୍ତି ।