କନକ ନ୍ୟୁଜ୍: ପଂଜଶିରକୁ ନିଜ ଦଖଲକୁ ନେଇଥିବା ଦାବି କରିବା ପରେ ନିଜ ଖୁସିକୁ ପାଳନ କରିବାକୁ ତାଲିବାନି ଆକାଶ ମାର୍ଗକୁ କରିଥିବା ଗୁଳିମାଡରେ ଅନେକ ପ୍ରାଣ ହରାଇଛନ୍ତି । ଏଥିରେ ଅନେକ ଶିଶୁ ଥିବା ଜଣାପଡିଛି । ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Advertisment

publive-image

ତାଲିବାନ୍ ଆଫଗାନିସ୍ତାନ ଦଖଲ କରିବା ପରେ ଏଠିକାର ଅବସ୍ଥା କାହାରିକୁ ଅଜଣା ନାହିଁ । ଶୁକ୍ରବାର ସନ୍ଧ୍ୟାରେ ମଧ୍ୟ ଏପରି କିଛି ଦୁଃଖଦ ଘଟଣା ଘଟଇଛି । ପଂଜଶିର ଦଖଲ କରିଥିବା ଖୁସିକୁ ଜାହିର କରିବାକୁ ଯାଇ ତାଲିବାନି ଆକାଶ ମାର୍ଗକୁ ଫାୟାରିଙ୍ଗ କରିଥିଲେ । ତାଲିବାନିଙ୍କ ଏହି ଗୁଳିମାଡରେ ଅନେକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଆହତଙ୍କୁ ଆଫଗାନିସ୍ତାନର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଏପରିକିି ଅପରେସନ୍ ଥିଏଟରରେ ମଧ୍ୟ ପ୍ରବଳ ଭିଡ ଥିବାରୁ ଏମରଜେନ୍ସି ହଲରେ ହିଁ କିଛି ଆତଙ୍କ ଅପସେନ୍ କରିବାକୁ ବାଧ୍ୟ ହୋଇଥିଲେ ଡାକ୍ତର । ଅନ୍ତର୍ଜାତୀୟ ଗଣମାଧ୍ୟମ ଅସବାକା ନ୍ୟୁଜ୍ ଏଜେନ୍ସିର ସୂଚନା ମୁତାବକ, ତାଲିବାନ୍ ନିଜ ବିଜୟର ଖୁସି ପାଳନ କରୁଥିବାବେଳେ ଆକାଶ ମାର୍ଗକୁ ଫାୟାରିଙ୍ଗ କରିବା ସମୟରେ ଏପରି ଅଘଟଣ ଘଟିଛି । ଅନ୍ୟପକ୍ଷରେ ତାଲିବାନର ଏପରି ଦାବିକୁ ପ୍ରତ୍ୟାକ୍ଷାନ କରିଛି ପଂଜଶିରର ରେଜିଷ୍ଟେନ୍ସ ଫୋର୍ସ । ଏଯାଏଁ ତାଲିବାନ୍ ପଂଜଶିରକୁ ନିଜ ଦଖଲରେ ନେବାରେ ବିଫଳ ହୋଇଛି । ବରଂ ନର୍ଦନ ଏଲାଏନ୍ସ ରେଜିଷ୍ଟେନ୍ସ ଫୋର୍ସର ଗୁଳିମାଡରେ ଅନେକ ତାଲିବାନୀ ଆହତ ହୋଇଥିବା ଗଣମାଧ୍ୟମ ଜାରିଆରେ ପ୍ରକାଶ କରିଛନ୍ତି ଅଶଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ତଥା ନର୍ଦ୍ଦନ ଏଲାଏନ୍ସର ସହଯୋଗୀ ଅମରୁଲ୍ଲା ସାଲେହ୍।

publive-imageଆଫଗାନିସ୍ତାନର ସମସ୍ତ ଜିଲ୍ଲାକୁ ଦଖଲ କରିବା ପରେ ପଂଜଶିର ଦଖଲ କରିପାରିନଥିଲା ତାଲିବାନ୍ । ଏନେଇ ଦୁଇ ସଙ୍ଗଠନର ମୁଖ୍ୟଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଯେଉଁଥିରେ ପଂଜଶିରକୁ କୌଣସି କ୍ଷତି ନକରିବାକୁ ତାଲିବାନ୍ କହିଥିଲେ ବି ଆମେରିକା ସେନା ପ୍ରତ୍ୟାହାର ପରେ ପଂଜଶିର ଉପରେ ଆକ୍ରମଣ କରିଥିଲେ । କିନ୍ତୁ ନର୍ଦ୍ଦନ ଏଲଏନ୍ସର ପ୍ରତିଆକ୍ରମଣରେ ପାଖାପାଖି ୬ଶହରୁ ଅଧିକ ତାଲିବାନୀ ନିହତ ହୋଇଥିଲେ । ଏହା ପରେ ବି ପଂଜଶିର ଗଡର ଚାରିପଟେ ନିଜ ଶକ୍ତିକୁ ଦୃଢ କରିବାକୁ ଚେଷ୍ଟା କରିଥିଲା ତାଲିବାନ୍ । ଶୁକ୍ରବାର ଏହି ଗଡକୁ ଦଖଲ କରିଥିବା ପଂଜଶିର କହୁଥିଲେ ବି ନର୍ଦ୍ଦନ ଏଲଏନ୍ସ କିନ୍ତୁଏହାକୁ ଭୁଲ ବୋଲି କହିଛି । ତେବେ ପ୍ରକୃତରେ ପଂଜଶିର କାହାର ଏନେଇ କୌଣସି ସଠିକ ସୂଚନା ମିଳିପାରିନାହିଁ ।