କନକ ବ୍ୟୁରୋ : ତାଲିବାନ ସହ ଗୁପ୍ତ ବୁଝାମୁଣା କରିଥିଲା ଆମେରିକା । ଆମେରିକୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ହୋଇଥିଲା ବୁଝାମଣା । ଆମେରିକୀୟଙ୍କୁ ସୁରକ୍ଷିତ ଭାବେ ଆଫଗାନିସ୍ତାନରୁ ବାହାର କରିବାକୁ ତାଲିବାନ ସହ ଏହି ଗୁପ୍ତ ବୁଝାମଣା କରିଥିଲା ଆମେରିକା । ଆମେରୀକିୟ ଗଣମାଧ୍ୟମ ସଂସ୍ଥା ସିଏନଏନରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ ଆମେରିକା ଓ ତାଲିବାନ ମଧ୍ୟରେ ହୋଇଥିଲା ବୁଝାମଣା । ଏହାଦ୍ୱାରା ତାଲିବାନ ଆମେରିକୀୟଙ୍କ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରିଥିଲା ।
ଆମେରିକୀୟ ଗାଡି ଗୁଡିକୁ ଏସକର୍ଟ କରି କାବୁଲ ବିମାନବନ୍ଦର ପର୍ଯ୍ୟନ୍ତ ସୁରକ୍ଷିତ ଭାବେ ନେଇ ଆସିଥିଲେ ତାଲିବାନୀ । ଦୀର୍ଘ ୨୦ବର୍ଷର ଯୁଦ୍ଧ ସାରି ଆମେରିକା ଫେରିବା ବେଳେ ତାଲିବାନୀଙ୍କ ସହାୟତା ନେଇଛି ଆମେରିକା । କେବଳ ଏତିକି ନୁହେଁ ଆମେରିକୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଏକ ସିକ୍ରେଟ ଗେଟ୍ ମଧ୍ୟ କରାଯାଇଥିଲା । ଏବଂ ଏକ କଲ ସେଂଟର ମଧ୍ୟ କରାଯାଇଥିଲା । ଯାହାଦ୍ୱାରା ଆଫଗାନିସ୍ତାନରେ ଥିବା ଆମେରୀକିୟଙ୍କୁ ନିର୍ଦ୍ଧାରିତ ସମୟ ସୀମା ଭିତରେ ସୁରକ୍ଷିତ ଭାବେ ଆଫଗାନିସ୍ତାନରୁ ଉଦ୍ଧାର କରାଯାଇପାରିବ । କାବୁଲ ବିମାନବନ୍ଦରରେ ଆକ୍ରମଣ କରିଥିବା ଆଇଏସଆଇଏସ-ଖୋରାସନ ଯୋଗୁଁ ତାଲିବାନ ସହ ଆମେରିକାର ବୁଝାମଣାକୁ ଗୁପ୍ତ ରଖାଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/29-1.jpg)