କାବୁଲ ବିମାନବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ, ଅପହୃତଙ୍କ ମଧ୍ୟରେ ଭାରତୀୟ ଥିବା ସୂଚନା

Advertisment
କାବୁଲ ବିମାନବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ, ଅପହୃତଙ୍କ ମଧ୍ୟରେ ଭାରତୀୟ ଥିବା ସୂଚନା

କନକ ବ୍ୟୁରୋ: କାବୁଲ ବିମାନ ବନ୍ଦରରୁ ୧୫୦ଜଣଙ୍କୁ ଉଠାଇନେଲେ ତାଲିବାନ୍ ଆତଙ୍କବାଦୀ । ଏଥିରେ ଆଫଗାନିସ୍ତାନ ନାଗରିକ, ଆଫଗାନ୍ ଶିଖଙ୍କ ବ୍ୟତୀତ ଅନେକ ଭାରତୀୟ ଥିବା ସୂଚନା ରହିଛି । ଏନେଇ ଆତଙ୍କ ଖେଳିଯିବା ପରେ ସମସ୍ତ ଅପହୃତ ତଥା ଭାରତୀୟ ସୁରକ୍ଷିତ ଥିବା ସୂଚନା ମିଳିଛି ।
publive-image

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଶୁକ୍ରବାର ରାତି ପାଖାପାଖି ୧ଟା ସମୟରେ କିଛି ତାଲିବାନୀ ଗାଡିରେ ଆସି ବିମାନ ବନ୍ଦର ପାଖରେ ପହଂଚିଥିଲେ ହେଲେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥା ଠିକ ନଥିବାରୁ ସେମାନେ ବିମାନବନ୍ଦର ଭିତରକୁ ପଶି ପାରିନଥିଲେ । ବରଂ ଏହାର ବାହାରେ ଥିବା ଲୋକଙ୍କୁ ମାରପିଟ କରିବା ସହ ସେମାନଙ୍କୁ ସାଙ୍ଗରେ ନେଇଯାଇଥିଲେ । ଏମାନଙ୍କୁ ବିମାନବନ୍ଦର ଭିତରକୁ ନେଇଯିବାକୁ ତାଲିବାନୀ ପରସ୍ପର ଭିତରେ କଥା ହେଉଥିବା ପ୍ରତ୍ୟକ୍ଷଦଈର୍ୀ କହିଥିଲେ । ତେବେ ସେଠାରୁ ଦୌଡି ପଳାଇଥିବାବେଳେ ଅନେକ ଲୋକ ତାଲିବାନୀଙ୍କ ଠାରୁ ବର୍ତିଯାଇଥିବା କହିଛନ୍ତି ପ୍ରତ୍ୟକ୍ଷଦର୍ଶୀ ମହିଳା ଓ ତାଙ୍କ ସ୍ୱାମୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe