କନକ ବ୍ୟୁରୋ: ଅନେକ ଦିନର ଯୁଦ୍ଧ ପରେ ପଂଜଶିର ଗଡକୁ କବଜା କରିଥିବା ଦାବି କରିିଛି ତାଲିବାନ୍ । ଏନେଇ ତାଲିବାନର ପ୍ରବକ୍ତା ଜିବହୁଲ୍ଲା ମୁଜାହିଦ୍ ଟୋଲୋ ନ୍ୟୁଜକୁ କହିଛନ୍ତି । ପଂଜଶିର ଘାଟିରେ ତାଲିବାନର ପତାକା ଉଡିବା ସହ ପଂଜଶିର ଗଭର୍ଣ୍ଣର ହାଉସ୍ ବାହାରେ ତାଲିବାନୀଙ୍କ ଆତଙ୍କବାଦୀଙ୍କ ଏକ ମେଳକୁ ଦେଖିବାକୁ ମିଳିଥିବା ସ୍ଥାନୀୟ ଗଣମାଧ୍ୟମ ସୂତ୍ରରୁ ପ୍ରକାଶ।
/kanak/media/post_attachments/wp-content/uploads/2021/09/govn-300x175.jpg)
ରବିବାର ତାଲିବାନ ସହ ପାକିସ୍ତାନ ହାତ ମିଳାଇାବା ପରେ ତାଲିବାନ ପକ୍ଷରୁ ପଂଜଶିର ଉପରେ ଡ୍ରୋନ ଆକ୍ରମଣ କରିଥିଲା ପାକିସ୍ତାନ । ଏଥିରେ ପଂଜଶିରର ନର୍ଦ୍ଦନ ଏଲାଏନ୍ସର ଚିଫ୍ କମାଣ୍ଡରଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ତାଲିବାନ୍ ପ୍ରବକ୍ତା କହିଛନ୍ତି । କହିରଖୁ କ, ଗତ ଅଗଷ୍ଟ ୧୫ ତାରିଖରେ ତାଲିବାନ୍ କାବୁଲ ଦଖଲ ସହ ସମ୍ପୂର୍ଣ୍ଣ ଆଫଗାନିସ୍ତାନକୁ ଦଖଲ କରିଥିଲେ ବି ପଂଜଶିରକୁ ଦଖଲ କରିପାରିନଥିଲା । ଦଖଲ ନକରିବାକୁ ମଧ୍ୟ ପଂଜଶିର ମୁଖ୍ୟ ଅହମଦ୍ ମାସୁଦଙ୍କ ସହ ଆଲୋଚନା କରିଥିଲେ ବି ନିଜ କଥାରୁ ଓହରି ଯାଇ ବାରମ୍ବାର ଆକ୍ରମଣ କରିଥିଲା ଓ ପ୍ରତିପକ୍ଷରୁ ଆକ୍ରମଣରେ ଅନେକ ତାଲିବାନି ନିହତ ହୋଇଥିଲେ । ଏବେ ନିଜର ସ୍ୱଳ୍ପ ଆତଙ୍କବାଦୀଙ୍କ ସହ ପାକିସ୍ତାନି ଶକ୍ତି ମିଶିବା ପରେ ବଳିୟାନ ହୋଇଉଠିଛି ତାଲିବାନ୍ । ରବିବାର ଘାଟି ଉପରେ ବାରମ୍ବାର ଡ୍ରୋନ ଆକ୍ରମଣ ପରେ ଏନଆରଏଫ୍ ମୁଖ୍ୟ ଅହମଦ ମାସୁଦଙ୍କ ସ୍ୱର ନରମ ପଡିଛି । ମାସୁଦ କହିଥିଲେ ଯେ, ଯଦି ତାଲିବାନ ଯୁଦ୍ଧ ବନ୍ଦ କରି କମାଣ୍ଡୋଙ୍କୁ ପ୍ରତ୍ୟାହାର କରେ, ତେବେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । ଏହାସହ ପଂଜଶିରରେ ଥିବା ଆଫଗାନିସ୍ତାନର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଅମରୁଲ୍ଲା ସାଲେହ ସାହାଯ୍ୟ ପାଇଁ ଜାତିସଂଘକୁ ଅପିଲ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/19-6.jpg)