କନକ ବ୍ୟୁରୋ: ସମୟ ତାଙ୍କ ଏକାକୀ ସଜେଇ ଦେଇଛି ସତ ହେଲେ ଭାଗ୍ୟ ତାକୁ ଦେଇଛି ନୂଆ ପରିଚୟ । ଗୋଟିଏ ପରିଚୟ ହଜିଛି, ଆଉ ଗୋଟେ ପରିଚୟ ମିଳିଛି । ନିଷ୍ଠୁର ସମୟ ବାପାଙ୍କୁ ସିନା ଛଡେଇ ନେଇଛି କିନ୍ତୁ ଦେଇଛି ବି କିଛି ପ୍ରତିଭା ଓ ପରିଚୟ । ଯେଉଁ ପ୍ରତିଭା ଏବେ ପୂରା ମାଲକାନଗିରିରେ ମହକୁଛି । ମୁହଁରେ ଗୀତାର ଅନର୍ଗଳ ଶ୍ଳୋକ । କମ୍ ବୟସରେ ଅନେକ ଜ୍ଞାନ । ତୁଳସି ଦୁଇ ପତ୍ରରୁ ବାସିଲା ପରି ତାଙ୍କ ଗୁଣ ଏବେ ପୂରା ଜିଲ୍ଲାରେ ଚହଟୁଛି । ମୁହଁ ଖୋଲିଦେଲେ ଅନର୍ଗଳ ଗୀତା ଶ୍ଲୋକ ଗାଇ ଚାଲନ୍ତି ଆଦିବାସୀ ବହୁଳ ମାଲକାଗିରି ଜିଲ୍ଲାର କୁନି ପିଲା ମହେଶ ହନ୍ତାଳ ।
ବାପା ଛେଉଣ୍ଡ ମହେଶଙ୍କ ନିଜ ଘର ଦୁର୍ଗମ ସୀମାକୁଣ୍ଡ ଗାଁରେ । ମା ମାନସିକ ବିକାରଗ୍ରସ୍ତ ହୋଇଥିବାରୁ ପିଲାଟି ଦିନରୁ ମାଲାକନଗିରି ସ୍ଥିତ ଆଓମା ଗୁରୁକୁଳରେ ରହି ସ୍ଥାନୀୟ କୁମୁଟିଗୁଡା ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପାଠ ପଢନ୍ତି । ଆଉ ଗୁରୁକୁଲ ପରମ୍ପରା ସହ ମହେଶ ଭଲ ଭାବେ ଜଡିତ । ତେଣୁ ପିଲାଟି ଦିନରୁ ଗୀତା ଓ ଧର୍ମ ଗ୍ରନ୍ଥ ପ୍ରତି ମହେଶଙ୍କର ବେଶ ରୁଚି ରହିଛି । ଆଉ ଏବେ ସେଇ ରୁଚି ଏବଂ ମହେଶଙ୍କ ଆଚରଣ ଓ ଉଚାରଣ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଆଣି ଦେଇଛି ।
ଖାଲି ଶ୍ଳୋକ ନୁହେଁ, ମାର୍ଶାଲ ଆର୍ଟସ ଓ ଯୋଗରେ ବେଶ ପାରଙ୍ଗମ ମହେଶ । ମଲଖମ୍ଭ ପରି ପାରମ୍ପରିକ ନୃତ୍ୟ ଯୋଗୁ ସେ ବେଶ ପରିଚିତ । ଆଉ ଇଣ୍ଡିଆସ ଗଟ ଟ୍ୟାଲେନ୍ଟ ପରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ମଞ୍ଚରେ ନିଜର ନିପୁଣତା ପ୍ରଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ମହେଶ ।