କନକ ବ୍ୟୁରୋ : ଜୁଲାଇ ୩,୨୦୨୨ ରବିବାର ଦିନ ମଞ୍ଚେଶ୍ୱର ଇଣ୍ଟରନ୍ୟାସନାଲ ବିଦ୍ୟାଳୟ ଦ୍ଵାରା ଅୟୋଜିତ "ପ୍ରତିଭା ଖୋଜ"କାର୍ୟ୍ୟକ୍ରମ ଭୁବନେଶ୍ବର ସ୍ଥିତ ଗାଡ଼କଣ ଅଞ୍ଚଳରେ ଡି . ଏଚ୍ .ପିଏଲ ସାହୁ ରେସିଡ଼େନ୍ସି ଅଡିଟୋରିୟମ କକ୍ଷରେ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମ ରେ ବହୁସଂଖ୍ୟକ ଛାତ୍ରଛାତ୍ରୀ ସ୍ଵଇଚ୍ଛାରେ ଭାଗ ନେଇଥିଲେ ଓ ନିଜ ନିଜର ପ୍ରତିଭା ସଙ୍ଗୀତ,ନୃତ୍ୟ ଏବଂ ଚିତ୍ରାଙ୍କନ ମଧ୍ୟମରେ ପଦର୍ଶନ କରିଥିଲେ। ବହୁସଂଖ୍ୟକ ଅଭିଭାବକ ସେଠାରେ ଉପସ୍ଥିତ ରହି ପିଲାମାନଙ୍କୁ ପ୍ରୋସାହନ ଦେଇଥିଲେ।

Advertisment

ଶ୍ରୀମତୀ ଶ୍ୟାମଳି ଦାସ ଙ୍କ ଅଧ୍ୟକ୍ଷତାରେ ଏବଂ ବିଦ୍ୟାଳୟର କୁଳପତି ଶ୍ରୀ ଅବନି ପତ୍ର ଏବଂ ଏକାଡେମୀ ଡାଇରେକ୍ଟର ଶ୍ରୀ ଏମ୍.ଏମ୍ ରଞ୍ଜନ ରାଓ ସେଠାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏବଂ ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟ କାମନା କରିଥିଲେ। ଶ୍ରୀ ରାଓ ବିଦ୍ୟାଳୟ ବିଷୟରେ ସମ୍ୟକ୍ ବିବରଣୀ ପ୍ରଦାନ କରିଥିଲେ। ବିଦ୍ୟାଳୟର ବୈଶିଷ୍ଟ୍ୟତା,ଉକୃଷ୍ଟ ଶିକ୍ଷା ବ୍ୟବସ୍ଥା,ନୂତନଶୈଳି ର ଶିକ୍ଷା ପ୍ରଣାଳୀ ବିଷୟରେ ଆଲୋକପାତ କରିଥିଲେ। ବିଦ୍ୟାଳୟକୁ ନିଶ୍ଚିତ ପରିଦର୍ଶନ କରିବାକୁ ଅଭିଭାବକ ମାନଙ୍କୁ ଆମନ୍ତ୍ରଣ କରିଥିଲେ। ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟ ର ବାର୍ଷିକ ଉତ୍ସବରେ ପୁରସ୍କାର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଲେ ଓ ମିଷ୍ଟାନ୍ନ ବଣ୍ଟନ କରାଗଲା। ପରିଶେଷରେ ଅଧ୍ୟକ୍ଷା ମହୋଦୟା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କଲେ।